ଭୁବନେଶ୍ୱର,୨୫।୨: ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆୟକର ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଫିଜିକାଲ ଭେରିଫିକେସନ କରିବେ। ଅଧିକାରୀ ‘ଡୋର ଟୁ ଡୋର’ ବୁଲି ସର୍ଭେ କରିବେ। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଇନକମ ଟାକ୍ସ ପାଇଁ ଯଦି ରାଶନ କଟିଥାଏ, ତେବେ ବ୍ୟସ୍ତ ହେବା ଆଦୌ ନାହିଁ। ଏନେଇ ବିଭାଗକୁ ଜଣାନ୍ତୁ। ତଦନ୍ତ କରି ପୁଣି ସେମାନଙ୍କୁ ସାମିଲ କରାଯିବ। ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି । ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ। ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଗ୍ରାମାଞ୍ଚଳରେ ମାସିକ ୧୦ହଜାର ଆୟ ଏବଂ ସହରାଞ୍ଚଳରେ ୧୫ହଜାର ଟଙ୍କା ଆୟ ଥିଲେ ରାସନ କାର୍ଡ କଟିବ। କିନ୍ତୁ ଏହାଠାରୁ ଆୟ କମ ରହିଥିଲେ ଆୟକର କଟିବ ନାହିଁ ବୋଲି ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ରାସନ କାର୍ଡ ଫେରାଇବାକୁ ନିଦେର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପୂର୍ବରୁ କହିଥିଲେ। ତେବେ ଆୟକର ଫାଇଲ କରିଥିଲେ ବି ଆୟକର କଟିବ ନାହିଁ ବୋଲି ଆଜି ସେ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |