KIIT ଘଟଣାରେ ପୁଣି ୬ ଜଣଙ୍କୁ ହାଜର ପାଇଁ ନିର୍ଦେଶ

ଭୁବନେଶ୍ୱର,୨୫ା୨: ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ବିଟେକ ୩ୟ ବର୍ଷରେ ପଢ଼ୁଥିବା ଜଣେ ନେପାଳୀ ଛାତ୍ରୀ ପ୍ରେମ ବ୍ୟାପାର ଯୋଗୁ ଆତ୍ମହତ୍ୟା କରିଥିବା ବେଳେ ଏହାର ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଜି ଆଉ ୬ ଜଣ କିଟ କର୍ତୃପକ୍ଷଙ୍କୁ ହାଜର ହେବା ଲାଗି ନୋଟିସ ଦେଇଛି। ଛାତ୍ରୀ ମୃତ୍ୟୁ ଓ ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ KIITକୁ ରିପୋର୍ଟ ତଲବ କଲା UGC । କାହିଁକି ପିଲାଙ୍କୁ ଧମକ ଓ ନିର୍ଯାତନା ଦିଆଯାଇଥିଲା ଜଣାଇବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟପଟେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ ୬ ଜଣଙ୍କୁ ସମନ କରାଯାଇଛି । ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ଆଗରେ ହାଜର ହେବାକୁ ନୋଟିସ୍ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନୋଟିସ୍ ହୋଇଛି ।ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ଗଠନ କରିଥିବା ତଥ୍ୟ ଅନୁସନ୍ଧାନକାରୀ କମିଟି ପୂର୍ବରୁ ୭ ଜଣଙ୍କୁ ଡାକିଥିବା ବେଳେ, ଆଜି ପୁଣି ଆଉ ୬ ଜଣଙ୍କୁ ଡାକିବା ପଛର କାରଣ ଜଣାପଡିନାହିଁ। ସେମାନଙ୍କୁ ଚଳିତ ମାସ ୨୭ ତାରିଖ ଅର୍ଥାତ ଗୁରୁବାର ଦିନ ହାଜର ହେବାକୁ କୁହାଯାଇଛି। କିଟ ବିଶ୍ୱବିଦ୍ୟାଳୟର ଯେଉଁ ୬ ଜଣଙ୍କୁ ନୋଟିସ ଜାରି କରାଯାଇଛି, ସେମାନେ ହେଉଛନ୍ତି ମୁଖ୍ୟ ପ୍ରୋକ୍ଟର ପି.କେ. ପଟ୍ଟନାୟକ, ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସହ ନିର୍ଦ୍ଦେଶିକା ସ୍ମରୀକା ପତି, ଆଇସି ମୁଖ୍ୟ ପ୍ରଫେସର ଡଃ ଈପସିତା ଶତପଥୀ, ପ୍ରଶାସନିକ ଅଧିକାରୀ ସିଦ୍ଧାର୍ଥ ରାୟ ଓ ଅନ୍ୟ ଜଣେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!