ସୁଭଦ୍ରା ଯୋଜନା,ଏକକାଳୀନ ମିଳିବ ୩ଟି କିସ୍ତି ଟଙ୍କା

ଭୁବନେଶ୍ୱର,୨।୩: ସୁଭଦ୍ରାକୁ ନେଇ ଆସିଲା ବଡ଼  ଅପଡେଟ୍‌। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଛନ୍ତି ବଡ଼ ଘୋଷଣା। ଚଳିତ ବର୍ଷ ଏକା ସାଥିରେ ମିଳିବ ସୁଭଦ୍ରା ଟଙ୍କା। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ। ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ। ହିତାଧିକାରୀ ମହିଳାଙ୍କ ଖାତାକୁ ଉଭୟ କିସ୍ତି ବାବଦକୁ ୫ହଜାର ଟଙ୍କା ଲେଖାଏ ଯିବ। ପୂର୍ବରୁ ୪ଟି ପର୍ଯ୍ୟାୟରେ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ଟଙ୍କା ଯାଇଥିବାବେଳେ ପ୍ରାୟ ୨ଲକ୍ଷ ମହିଳା ବାଦ ପଡ଼ିଥିଲେ। ତେଣୁ ବାଦ ପଡ଼ିଥିବା ମହିଳାଙ୍କୁ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଦିଆଯିବ ବୋଲି କୁହାଯାଇଛି।ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଅଧିକ ଛୁଇଁବ। ୮ ମାସରେ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆମର ସ୍ୱଭାଗ୍ୟ। ଆମେ କୋଟିଏ କହିଥିଲୁ। ପୂର୍ବରୁ ୯୮ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଲିଛି । ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ଯାହା ସେ ଟଙ୍କା ଦେବୁ। ତେଣୁ ଜିଲ୍ଲାପାଳ, ସୁଭଦ୍ରା ଟିମ, ମହିଳା ଶିଶୁ ବିକାଶ, ସହିତ ଅଙ୍ଗନବାଡି କର୍ମୀ, ବ୍ୟାଙ୍କ ମିତ୍ର ଗଣମାଧ୍ୟମ ମିତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁଭଦ୍ରା ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ୯୮   ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଲେଖାଏଁ ଟଙ୍କା ମିଳିଛି । ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ଓ ଡିବିଟି ନେଇ ଥିବା ସମସ୍ୟା କାରଣରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । “ସୁଭଦ୍ରା’ ପ୍ରଥମ କିସ୍ତିର ଏମାନେ ଶେଷ ହିତାଧିକାରୀ ହୋଇଥିବା ବେଳେ ମାର୍ଚ୍ଚ ୬ରେ ୫ମ ପର୍ଯ୍ୟାୟରେ ଏମାନଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିବ । ୮ରେ ସମସ୍ତ ପ୍ରାୟ ୧କୋଟି ହିତାଧିକାରୀଙ୍କୁ ମିଳିବ ୨ୟ କିସ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!