ନବରଙ୍ଗପୁର (ମିହିର ଶଙ୍କର ପାତ୍ର,),୨ା୩:-ଡାବୁଗାଁ ଥାନା ଅଧୀନ କୁସୁମବନ୍ଦ ଗ୍ରାମରେ ଶିବରାତ୍ରି ଉପଲକ୍ଷେ ଶନିବାର ରାତିରେ ସାଂକୃତିକ କାର୍ଯ୍ୟକ୍ରମ ଦେଶିଆ ନାଟକ ଚାଲିଥିଲା ଏହି ଅବସରରେ ନାଟକ ଦେଖିବାକୁ ଆଖ ପାଖ ଅଂଚଳରରୁ ଅଞ୍ଚଳ ବସି ମଧ୍ୟ ଆସିଥିଲେ। ରାତ୍ରି ପ୍ରାୟ 3 ଘଣ୍ଟା ସମୟରେ ହଟାତ ଆରମ୍ଭ ହେଲା ଗଣ୍ଡଗଲ ଏବଂ ଗଣ୍ଡାଗଲ ସମୟରେ ଛୁରି ମାଡ଼ରେ ଆହତ ହେଲେ କୁସୁମ୍ବବନ୍ଦ ଗ୍ରାମର ରଞ୍ଜିତ ମାଝୀ, ଆସମନ ଗୌଡ଼ ଏବଂ ଧାନସଇ ଗୌଡ଼। ଛୁରୀ ସହ ଆକ୍ରମଣ କରିଥିବା ଅଭିଯୁକ୍ତ ମାନେ ହେଲେ ଚଚାରଗୁଡା ଗୁଡା ଗ୍ରାମର ତନ୍ତୀପାଲ ପାନକା ଓ ଦଶା ପାନକା। ଛୁରୀ ମାଡ଼ରେ ଗୁରୁତ୍ୱର ହୋଇଥିବା ରଞ୍ଜିତ ମାଝିଙ୍କୁ ପ୍ରଥମେ ନବରଙ୍ଗପୁର ଏବଂ ପରେ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପରିବାରର ସଦର୍ଶ ମାନେ ଆସି ଏହି ଘଟଣା ବିଷୟରେ ଡାବୁଗାଁ ଥାନାରେ ଆଜି ଦିନ 11ଘଣ୍ଟା ସମୟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।ସବୁଠାରୁ ଆଶ୍ଚର୍ଯ୍ୟର କଥା କୁସୁମବନ୍ଦ ଗ୍ରାମରେ ଯାତ୍ରା ଚାଲିଥିଲା ଏବିଷୟରେ ଗ୍ରାମବାସୀ କିମ୍ଵା କମେଟି ଥାନାରେ ପୂର୍ବରୁ କଣସି ସୂଚନା ଦେଇନାହାନ୍ତି ଏବଂ ଏହି ଯାତ୍ରା ସମୟରେ ଖୁଡ଼ ଖୁଡି ଖେଳ ମଧ୍ୟ ଚାଲିଥିବା ସୂଚନା ମିଲିଛି। ଘଟଣା ଘଟିବା ପରେ ଡାବୁଗାଁ ଥାନା ପୋଲିସ ଯାଇ ଛୁରୀ ଜବତ କରିଥିବା ବେଳେ ଅଭିଯୁକ୍ତ ତନ୍ତୀପାଲ ପନକା ଓ ଦାସ ପନକା କୁ ଅଟକ ରଖିଛି। ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ଟି ଜଣାପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |