ମାର୍ଚ୍ଚ ୩୧ ପରଠୁ ୧୫ ବର୍ଷର ପୁରୁଣା ଗାଡ଼ିକୁ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ ଏବଂ ଡିଜେଲ

ନୂଆଦିଲ୍ଲୀ ,,୨ା୩: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।ବଢ଼ୁଥିବା ବାୟୁ ପ୍ରଦୂଷଣ, ବିଗୁଡ଼ୁଥିବା ପରିବେଶ ରକ୍ଷା ପାଇଁ ବଡ଼ ପଦକ୍ଷେପ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ୍ ଓ ଡିଜେଲ୍ । ମାର୍ଚ୍ଚ ୩୧ରୁ ପୁରୁଣା ଗାଡ଼ିକୁ ପେଟ୍ରୋଲ-ଡିଜେଲ୍ ମିଳିବ ନାହିଁ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି ।ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର କହିଛନ୍ତି ଯେ ଦିଲ୍ଲୀରେ ୧୫ ବର୍ଷରୁ ପୁରୁଣା ଯାନବାହନ ମାର୍ଚ୍ଚ ୩୧ ପରେ ପେଟ୍ରୋଲ ଏବଂ ଡିଜେଲ ପାଇବ ନାହିଁ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବ, ଯାହା ଏପରି ଯାନଗୁଡ଼ିକୁ ଚିହ୍ନଟ କରିବ।ପୁରୁଣା ଗାଡିରେ ଇନ୍ଧନ ଭର୍ତ୍ତି ଉପରେ ପ୍ରତିବନ୍ଧକ ଲଗାଯିବା ସହ ରାଜଧାନୀରେ ଉଚ୍ଚା ବିଲ୍ଡିଂ, ହୋଟେଲ ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ବାୟୁ ପ୍ରଦୂଷଣ କମ କରିବା ପାଇଁ ଆଣ୍ଟି ସ୍ମୋକିଂ ଗନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ଏହି ଘୋଷଣା କରିଛନ୍ତି । ପରିବେଶ ମନ୍ତ୍ରୀ କହିଛନ୍ତି, ନିଷ୍ପତ୍ତି ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଶୀଘ୍ର ଜଣାଇବୁ । ଆମେ ପେଟ୍ରୋଲ୍ ପମ୍ପରେ ଏକ ଗ୍ୟାଜେଟ୍ ଲଗାଉଛୁ ଯାହାକି ୧୫ ବର୍ଷ ପୁରୁଣା ବାହାନକୁ ଚିହ୍ନଟ କରିବ । ଆଉ ଉକ୍ତ ବାହାନକୁ ପେଟ୍ରୋଲ, ଡିଜେଲ୍ ମିଳିବ ନାହିଁ ।ସେ ଆହୁରି କହିଛନ୍ତି, ଦିଲ୍ଲୀରେ ଚଳାଚଳ କରୁଥିବା ୯୦ ପ୍ରତିଶତ ସିଏନଜି ବସକୁ ୨୦୨୫ ଡିସେମ୍ବର ସୁଦ୍ଧା ପର୍ଯ୍ୟାୟ କ୍ରମେ ହଟାଯିବା ସହ ସେ ସ୍ଥାନରେ ଇ-ବସ୍ ଚଳାଚଳ କରାଯିବ । ଏହାସହ ପୂର୍ବ ଆପ ସରକାରକୁ ମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ପୂର୍ବର ସରକାର ବାୟୁ ପ୍ରଦୂଷଣ କମ କରିବା ଉପରେ କୌଣସି କାମ କରିନାହାନ୍ତି । କେନ୍ଦ୍ର ସରକାର ଦେଉଥିବା ଅର୍ଥ ବି ଖର୍ଚ୍ଚ କରାଯାଇନି । ଦିଲ୍ଲୀରେ ମୁଖ୍ୟତଃ ପ୍ରଦୂଷଣ ଧୂଳି, ଗାଡି ଓ ନିର୍ମାଣରୁ ହୋଇଥାଏ । ପୂର୍ବ ସରକାର ଦିଲ୍ଲୀରେ ସ୍କ୍ରିଙ୍କଲର ବି ଲଗାଇ ନାହାନ୍ତି । ଆମେ ଏକ କମିଟି ଗଠନ କରୁଛୁ, ଯାହା ୧୫ ବର୍ଷ ପୁରୁଣା ଗାଡିକୁ ଚିହ୍ନଟ କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!