ଭୁବନେଶ୍ୱର,୩ା୩:ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ| ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ୩୮.୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ଯେଉଁ ସମୟରେ ଖରା ଆରମ୍ଭ ହେବା କଥା ସେହି ସମୟରେ ୩୮ ଡିଗ୍ରୀ ଉପରେ ତାପମାତ୍ରା। ଯଦି ଦେଖିବା କାଲି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ। ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।କେବଳ ବୌଦ୍ଧ ନୁହେଁ ୩୭ ଡିଗ୍ରୀ ଟପିଲାଣି ୧୦ ସହରର ତାପମାତ୍ରା। ଏହାସହ ଚିନ୍ତା ବଢ଼ାଇଲାଣି ପଶ୍ଚିମ ଓଡ଼ିଶା। କାରଣ ୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା ତାପମାତ୍ରା। ରବିବାର ବୌଦ୍ଧ, ବଲାଙ୍ଗୀରରେ ୩୮ ଡିଗ୍ରୀ ଟପିଛି ପାରଦ। ବୌଦ୍ଧରେ ତାପମାତ୍ରା ୩୮ ଦଶମିକ ୨ ଡିଗ୍ରୀ ଛୁଇଁଛି। ଏହାସହ ରାଜଧାନୀରେ ଦିନକରେ ଦୁଇ ଡିଗ୍ରି ତାପମାତ୍ର ବଢିଛି।ପାଣିପାଗ କେନ୍ଦ୍ରରର ସୂଚନା ଅନୁସାରେ ଏବର୍ଷ ତାତି ସବୁ ରେକର୍ଡ ଭାଙ୍ଗିବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମପ୍ରବାହ।ସେହିପରି ବଲାଙ୍ଗିର ୩୮.୧, ଅନୁଗୁଳ ୩୭.୯, ଟିଟିଲାଗଡ଼, ୩୭.୬, ଭଦ୍ରକ ୩୭.୫ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଗତକାଲି ୩୬.୧ ଡିଗ୍ରୀ ଥିଲା ସର୍ବୋଚ୍ଚ ତାପମାତ୍ରା । ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ଆରମ୍ଭ ମଧ୍ୟରେ ପ୍ରତିଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |