୯୭ତମ ଓସ୍କାର ଆୱର୍ଡ ୱିନର୍ସ ଲିଷ୍ଟ

ମୁମ୍ଵାଇ ,୦୩।୦୩; ଫିଲ୍ମ ଦୁନିଆର ସବୁଠାରୁ ବଡ ଆଓ୍ବାର୍ଡ ଶୋ’ ଓସ୍କାର । ଆଜି ଦୁନିଆର ସବୁଠୁ ବଡ଼ ଫିଲ୍ମ ଆୱାର୍ଡ ସମାରୋହ ଓସ୍କାର ୨୦୨୫ର ଆୟୋଜନ କରାଯାଉଛି। ୯୭ତମ ଏକାଡେମୀ ଆୱାର୍ଡ କାର୍ଯ୍ୟକ୍ରମର ଆୟୋଜନ ଆମେରିକାର ଲସ୍ ଏଞ୍ଜେଲ୍ସର ଡୋଲବୀ ଥିଏଟରରେ କରାଯାଉଛି।୨୦୨୫ ଅର୍ଥାତ ୯୭ତମ ଓସ୍କାର ପୁରସ୍କାର ଘୋଷଣା ହୋଇଛି। ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଓସ୍କାର ପୁରସ୍କାର ମାର୍ଚ୍ଚ ୩ରେ ଭାରତୀୟ ସମୟ ସକାଳ ୫:୩୦ ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା  । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥର ଓସ୍କାରର ପ୍ରତିଯୋଗୀତାରେ ‘ଅନୁଜା’ ନାମକ ଏକ ଭାରତୀୟ ଫିଲ୍ମ ସାମିଲ ହୋଇଛି, ଏହି ଫିଲ୍ମକୁ ଗୁନୀତ ମୋଙ୍ଗା ଏବଂ ପ୍ରିୟଙ୍କା ଚୋପ୍ରା ଜୋନାସ ମିଶି ପ୍ରସ୍ତୁତ କରିଛନ୍ତି।ଚଳିତ ବର୍ଷ କମେଡିଆନ କାନନ ଓ’ବ୍ରାୟନ ପ୍ରଥମ ଥର ଆୱାର୍ଡ ଶୋ କୁ ହୋଷ୍ଟ କରିଛନ୍ତି। ତେବେ ୯୭ତମ ଏକାଡେମୀ ଆୱାର୍ଡରେ ବିଜେତାଙ୍କ ଘୋଷଣା ଜାରି ରହିଛି।ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି । ଫିଲ୍ମ ‘ଦ ବ୍ରୁଟଲିଷ୍ଟ’ରେ ତାଙ୍କର ଦମଦାର୍‌ ଅଭିନୟ ପାଇଁ ତାଙ୍କୁ ଓସ୍କାର ପ୍ରଦାନ କରାଯାଇଛି। ମିକେଲା ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।ହଲିଉଡ ଅଭିନେତା କିରନ କଲକିନ ଶ୍ରେଷ୍ଠ ସହାୟକ ଅଭିନେତା ସହ ‘ଅନୋରା’ ଏକାଡେମୀ ପୁରସ୍କାର ଜିତିଛି ।

ଓସ୍କାର ୱିନର୍ସଙ୍କ ତାଲିକା

•    ଶ୍ରେଷ୍ଠ ପିକ୍‌ଚର- ଅନୋରା

•    ଶ୍ରେଷ୍ଠ ଅଭିନେତା – ଆଡ୍ରିଏନ୍ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)

•    ଶ୍ରେଷ୍ଠ ଅଭିନେତ୍ରୀ – ମିକେଲା ମ୍ୟାଡିସନ୍ (ଚଳଚ୍ଚିତ୍ର: ଆନୋରା)

•    ଶ୍ରେଷ୍ଠ ନିର୍ଦ୍ଦେଶକ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)

•    ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ – ଆଇ ଏମ୍ ନଟ ଏ ରୋବୋଟ୍

•    ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ – ଆଇ ଏମ୍ ଷ୍ଟିଲ୍ ହିୟର

•    ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି ବ୍ରୁଟାଲିଷ୍ଟ

•    ଅରିଜିନାଲ ସ୍କୋର – ଦି ବ୍ରୁଟାଲିଷ୍ଟ

•    ଡକ୍ୟୁମେଣ୍ଟାରୀ ଫିକଚର୍ ଫିଲ୍ମ – ନୋ ଅଦର ଲ୍ୟାଣ୍ଡ

•    ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ – ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା

•    ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)

•    ଶ୍ରେଷ୍ଠ ଅରିଜିନାଲ ସଂଗ୍– ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)

•    ଶ୍ରେଷ୍ଠ ସହାୟକ ଅଭିନେତା – କିରନ କଲକିନ୍ (ଚଳଚ୍ଚିତ୍ର: ଦି ରିଅଲ୍ ପେନ୍)

•    ଶ୍ରେଷ୍ଠ ଆନିମେଟେଡ୍ ଫିକଚର୍ ଫିଲ୍ମ – ଫ୍ଲୋ

•    ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ –  ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ

•    ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର – ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍)

•    ଶ୍ରେଷ୍ଠ ଚିତ୍ରନାଟ୍ୟ – ଆନୋରା

•    ଶ୍ରେଷ୍ଠ ସ୍କ୍ରିନ ପ୍ଲେ – ପିଟର ଷ୍ଟ୍ରାଘାନ୍ (ଚଳଚ୍ଚିତ୍ର: କନକ୍ଲେଭ୍)

•    ଚଳଚ୍ଚିତ୍ର ଏଡିଟିଂ – ଆନୋରା

•    ଶ୍ରେଷ୍ଠ ସାଉଣ୍ଡ – ଡୁନ୍: ପାର୍ଟ 2

•    ଶ୍ରେଷ୍ଠ VFX – ଡୁନ୍: ପାର୍ଟ 2

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!