ଆଜିଠୁ ଫଗୁ ଖେଳିବେ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର,୯ା୩: ଆଜି ପବିତ୍ର ଫଗୁ ଦଶମୀ । ଆଜିଠାରୁ ଦୋଳ ପୂର୍ଣ୍ଣିମା ଯାଏଁ ଫଗୁ ଖେଳିବେ ପ୍ରଭୁ ଲିଙ୍ଗରାଜ । ଦଶମୀରେ ଲିଙ୍ଗରାଜଙ୍କୁ ତ୍ରିପଣ୍ଡ ଲାଗୁ କରାଯିବ । ତେବେ ଭୋଗରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଚଣା ଭୋଗ କରାଯିବ ।ଦଶମୀ ନୀତିକାନ୍ତି ଶେଷ ହେବା ପରେ ଏକାଦଶୀରେ ବଡ଼ ମଠକୁ ବିଜେ କରିବେ । ଏହା ପରେ ଫଗୁ ଦଶମୀରେ ଦୋଳ ମଣ୍ଡପକୁ ବିଜେ କରିବେ ଠାକୁର  । ହୋଲିକା ରାକ୍ଷାସକୁ ଦହନ ସ୍ବରୂପ ପ୍ରତିକାତ୍ମକ ଭାବେ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହେବ ।ଦିଅଁଙ୍କ ଚଳନ୍ତି ବିଗ୍ରହ ଏକାଦଶୀରେ ଖୁଣ୍ଟିଆ ସାହି, ଦ୍ବାଦଶରେ ଚହୁରା ସାହି, ତ୍ରୟୋଦଶୀରେ ପଞ୍ଚ ସାହି ଏବଂ ମିଶ୍ର ସାହିଙ୍କୁ ପରିକ୍ରମା କରନ୍ତି ବୋଲି ସେବାୟତ କରିଛନ୍ତି । ଚତୁର୍ଦ୍ଦଶୀରେ ଠାକୁରଙ୍କର ଗଡ଼ଜାତ ହେବ । ପାରମ୍ପରିକ ବାଦ୍ୟ ସହିତ ସୁସଜ୍ଜିତ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!