ଆଜି ଇଣ୍ଡିଆ ସହିତ ନ୍ୟୁଜିଲାଣ୍ଡର ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ, ୯।୩: ଆଜି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ । ଆଜି ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ତୃତୀୟ ଟାଇଟଲ ଏବଂ ନ୍ୟୁଜଲାଣ୍ଡ ଦ୍ବିତୀୟ ଟାଇଟଲ ପାଇଁ ମଇଦାନରେ ଲଢେଇ କରିବେ ।ତେବେ ଆଜି ଦୁହେଁ ମ୍ୟାଚ ଜିତିବା ପାଇଁ ପ୍ରାଣପଣେ ଚେଷ୍ଟା କରିବେ । 25 ବର୍ଷ ପରେ ନ୍ୟୁଜିଲାଣ୍ଡ ଟ୍ରଫି ଜିତିବା ପାଇଁ ଆଶା ରଖିଥିବା ବେଳେ ରୋହିତ ଶର୍ମା ମଧ୍ୟ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି ।ଆଜି ଦିନ ଅଢେଇଟା ସମୟରେ ଫାଇନାଲ ଫାଇଟ୍ ହେବ ।  ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଅଭ୍ୟାସ ସମୟରେ ଭାରତର ଶ୍ରେଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲି ଶୁକ୍ରବାର ଆହତ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!