ବେହେରନ ବୈଠକର ନିଷ୍ପତ୍ତି, ଏପ୍ରିଲ ୭ ତାରିଖ ରୁ ନବଦିନ ବ୍ୟାପି ମାଁ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହେବ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ଡାବୁଗାଁ କଳସ ମଣ୍ଡପ ନିକଟରେ ଆଜି ପାରମ୍ପରିକ “ବେହେରା” ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ର ନିଷ୍ପତ୍ତି ଅନୁସାରେ ଆସନ୍ତା ଏପ୍ରିଲ ୭ ତାରିଖରୁ ଆରମ୍ଭ ହେବ ମାଁ ଠାକୁରାଣୀଙ୍କ ପ୍ରସିଦ୍ଧ ନବଦିନ ବ୍ୟାପୀ କଳସ ଯାତ୍ରା। ଏହି ଅବସରରେ ଡାବୁଗାଁ ସରପଞ୍ଚ ବିନୋଦ ସୌରା ଓ ସତ୍ୟରଞ୍ଜନ ପାତ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଦେବରାଜ ପାତ୍ର, ଏମ୍ ଆପା ରାଓ, ବରିଷ୍ଠ ଅକିଲ୍ ଜୟନ୍ତ କୁମାର ପାତ୍ର, ନରେଶ ସିଂ ଲାଲ୍, ଗୁପ୍ତ ବିଷୟୀ, କୁନୁ ପାତ୍ର, ଜି ପ୍ରକାଶ ରାଓ, ଦିନେଶ ସିଂ, ତାରିଣୀ ରେଲି, ଭୈରବ ରାଓ, ଜଗନ୍ନାଥ ରେଲି, ପାପନା ରେଲି, ସୁରେନ୍ଦ୍ର ରେଲି, ସନ୍ୟାସୀ ବିଷୟୀ, ବିଶ୍ବ ପାତ୍ର, ରାଜୁ ରେଲି, ବିକ୍ରମ ଗୌଡ, ପୂର୍ଣ୍ଣ ପୂଜାରୀ, ଏବଂ ଡାବୁଗାଁ ତଥା ଡଙ୍ଗରିଗୁଡା ପଞ୍ଚାୟତ ର ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ। ନବଦିନ ବ୍ୟାପି ମାଁ ଠାକୁରାଣୀଙ୍କ ଯାତ୍ରା ରପରିଚାଳନା କରିବା ପାଇଁ ଗତ ବର୍ଷ ର କମିଟି କୁ ହିଁ ଦାୟିତ୍ଵ ପ୍ରଦାନ କରାଯାଇଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!