ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ

ନବରଙ୍ଗପୁର ଜିଲ୍ଲା(ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ଅଧୀନ ୮ ଟି କ୍ଲଷ୍ଟର ରୁ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୨୯୭ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶୈକ୍ଷିକ ପରିଭ୍ରମଣ କରିଥିଲେ | ଏଥିରେ ସମସ୍ତ ଛାତ୍ର ଛାତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ଠାରୁ ୬ ଟି ବସ ଯୋଗେ ବାହାରି ପ୍ରଥମେ ପାପଡାହାଣ୍ଡି ସ୍ଥିତ ସହିଦ ମିନାର, ନବରଙ୍ଗପୁର ସ୍ଥିତ ଉଦ୍ଭିଦ ଉଦ୍ୟାନ ଚରକ ବନ, ଶ୍ରୀବନ, ସରକାରୀ ବହୁ ବୃତ୍ତି ମୂଳକ ଶିକ୍ଷାନୁଷ୍ଠାନ ଓ ପାପଡାହାଣ୍ଡି ପ୍ରାଣୀ ଉଦ୍ୟାନ ମୃଗ ଉଦ୍ୟାନ ବୁଲି ଦେଖିଥିଲେ | ଏଥିରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ର ଲକ୍ଷ୍ୟ ହେଉଛି ବିଜ୍ଞାନ, ଗଣିତ ଓ ପ୍ରଯୁକ୍ତି ବିଦ୍ୟା ଉପରେ ପ୍ରାଥମିକ ସ୍ତରରୁ ପିଲାମାନଙ୍କୁ ଉତ୍ସାହିତ କରିବା ମୁଖ୍ୟ ଉଦ୍ଦେଶ୍ୟ | ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ତତ୍ଵାବଧାନରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ହେମନ୍ତ କୁମାର ପଣ୍ଡା, ହେମେନ୍ଦ୍ର ବେହେରା, ଧନଞ୍ଜୟ ବଡଜେନା ଓ ଗୀତାଞ୍ଜଳି ବସ୍ତିଆ ଙ୍କ ସମେତ ୪୦ ଜଣ ସହାୟକ ଶିକ୍ଷକ ଓ ୨୯୭ ଜଣ ଛାତ୍ର ଛାତ୍ରୀ ପରିଭ୍ରମରେ ଯାଇଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!