ଆଜିଠାରୁ ଆରମ୍ଭ ଲକ୍ଷପତି ଦିଦି କର୍ମଶାଳା

ଭୁବନେଶ୍ୱର,୧୧ା୩  : ରାଜ୍ୟର ସବୁ ଜିଲାରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ‘ଲକ୍ଷପତି ଦିଦି’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ସଫଳ କରିବା ଲାଗି ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ପ୍ରତ୍ୟେକ ଜିଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ତୃଣମୂଳ ସ୍ତରରେ କିଭଳି ଅଧିକରୁ ଅଧିକ ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଲକ୍ଷପତି ଦିଦି କରିପାରିବେ ସେ ନେଇ ଆଲୋଚନା କରାଯିବ। ଏହି ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, ବ୍ୟବସାୟ ବୃଦ୍ଧି ଆଦି ଉପରେ ସବିଶେଷ ଦୃଷ୍ଟି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏତଦ୍‌ବ୍ୟତୀତ ଯେଉଁ ମହିଳାମାନେ ଅଦ୍ୟାବଧି ଲକ୍ଷପତି ଦିଦି ହେଇସାରିଛନ୍ତି, ସେମାନେ ତାଙ୍କର ପ୍ରେରଣାଦାୟୀ ଆଲୋଚନା ମାଧ୍ୟମରେ ଅନ୍ୟ ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କୁ ଉତ୍ସାହିତ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!