ଡାବୁଗାଁ ବ୍ଲକର ପ୍ରଥମ ଏବଂ ୧୦୦ ବର୍ଷ ପୂରୁଣା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର):-ଡାବୁଗାଁ ବ୍ଲକର ପ୍ରଥମ ଏବଂ ୧୦୦ ବର୍ଷ ପୂରୁଣା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା।ଏହା ୧୦୦ ବର୍ଷ ପୂରୁଣା ତଥା ଅଞ୍ଚଳ ର ପ୍ରଥମ ବିଦ୍ୟାଳୟ ଅଟେ। ଏହି ସରକାରୀ ଭୁତପୁର୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନଲତା ମହାନ୍ତିଙ୍କ ଅଧକ୍ଷତା ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଏବଂ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଦିବାକର ବାରିକ। ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଡାବୁଗାଁ ବ୍ଲକ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାର ଭଗବାନ ମାଝୀ।ଏହି ଅବରସର ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ସବିତା ଦାସ, ଡାବୁଗାଁ ପ୍ରେସ କ୍ଲବ ସମ୍ପାଦକ ମିହିର ଶଙ୍କର ପାତ୍ର ପ୍ରମ୍ମୁଖ ମଞ୍ଚାସିନ ଥିଲେ। ପ୍ରଥମେ ଶିକ୍ଷୟିତି ଅନିତା ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠ କରିଥିଲେ। ଏହା ପରେ ବିଭିନ୍ନ ଖେଳ ରେ ଭାଗ ନେଇ ବିଜୟ ହୋଇଥିବା ଛାତ୍ର ଛାତ୍ରି ମାନଂକୁ ପୁରସ୍କାର ବିତରଣ କରିଥିଲେ ମୁଖ୍ୟ ଅତିଥି ମାନେ। ଛାତ୍ରି ମାନଙ୍କ ଦୁଆ ନୃତ୍ୟ ମଧ୍ୟ୍ୟ ପରିବେଷଣ କରାଯାଇଥିଲା। ବର୍ଷକ ଉତ୍ସବ ରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଗିରିଶବାଳା ଜେନା ସହ ସମସ୍ତ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରି ଉପସ୍ଥିତି ଠିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!