ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସମାପ୍ତି ସୂଚକ ଆକଳନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୭।୩:ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସମାପ୍ତି ସୂଚକ ଆକଳନ -2 ସୁପରିଚାଳନା ପାଇଁ ବିଇଓ ଏବଂ ସିଆରସି ଙ୍କ ପରିଦର୍ଶନ ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ୧୬ଟି ବିଦ୍ୟାଳୟରେ ସମାପ୍ତି ସୂଚ଼କ ଆକଳନ -2 ଅନୁଷ୍ଠିତ ହୋଇଛି।ଆଞ୍ଚଳିକ ସାଧନ କେନ୍ଦ୍ରସଂଯୋଜକ ବାବୁଲାଲ ସାଗର ଓ ଏ ବି ଇ ଓ ସୁଦର୍ଶନ ନାୟକ ବିଭିନ୍ନ ବିଦ୍ୟାଳୟର ପରିଦର୍ଶନ କରିଥିଲେ ।ପ୍ରଧାନ ଶିକ୍ଷକ ତରଫରୁ ପରୀକ୍ଷା ପରିଚାଳନା ପାଇଁ ଆଗରୁ ନୋଟିସ ମାଧ୍ୟମରେ ଅବଗତ କରିଥିଲେ ।ପିଲା ମାନଂକ ମନରେ ପରୀକ୍ଷା ଦେଇ ପାସ ହୋଇ ପରବର୍ତୀ ଶ୍ରେଣୀରେ ଯୋଗଦାନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ଭିତରେ ଉତ୍ସାହ ଦେଖାଯାଇଥିଲା । ସମାପ୍ତି ସୂଚକ ଆକଳନ ସୋମବାର ତା=17.4.2025 ରୁ ଠାରୁ ଶୁକ୍ରବାର ତା-21-4-2025 ଯାଏଁ ଚାଲିବ ଏହା ଗଣଶିକ୍ଷାବିଭାଗର ନିର୍ଦ୍ଦେଶ ନାମା ପ୍ରକାରରେ ପରିଚାଳିତ ହେଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପରୀକ୍ଷା ଚାଲୁଛି ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଇରା ପୂଜାରୀ ଗୁଡ଼ା ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିବାସହ ସମାପ୍ତି ସୂଚକ ଆକଳନ ରେ ସଫଳତା ପାଇଁ ପିଲାମାନଙ୍କୁ ଶୁଭାକାମନା ଜଣାଇଥିଲେ । ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପରୀକ୍ଷା ପରିଚାଳନା ପାଇଁ ଉତ୍ତମ ପଦକ୍ଷେପ ଗ୍ରହଣ କରିଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!