ଖୋଲିବ ନବ ଦାସ ହତ୍ୟା ଗୁମର

ଭୁବନେଶ୍ୱର,୧୮ା୩:   ଖୋଲିବ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ପେଡ଼ି । ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ ନେଇ ନିଦେ୍ର୍ଦଶ ଆସିବା ପରେ ଝିଅ ଦୀପାଳି ଦାସ ତାଙ୍କର ପ୍ରତିକ୍ରି୍ରୟା ଦେଇଛନ୍ତି । ଦୀପାଳି କହିଛନ୍ତି, ହତ୍ୟାର ସିବିଆଇ ତଦନ୍ତ କରାଯାଉ । ଆମ ଷ୍ଟେଟମେଣ୍ଟ ଆଧାରରେ ତଦନ୍ତ ଆଗକୁ ଯିବ ବୋଲି ଆମର ଆଶା । ସବୁଆଡୁ ହତାଶ ହେବା ପରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଡାଇରେକ୍ଟ ଭେଟିବା ପାଇଁ ଚିଠି ଲେଖିସାରିଛୁ । ଆମର ପୂରା ଭରସା ଅଛି ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତକୁ ଆଗକୁ ନେବେ । ଅନ୍ୟପକ୍ଷରେ ଲେଟର ପ୍ରସ୍ତୁତ ସରିଛି ମୁଖ୍ୟମନ୍ତ୍ରୀ ଯେବେ ଡାକିବେ ସେବେ ଯିବୁ ବୋଲି କହିଛନ୍ତି ପୁଅ ବିଶାଲ ।ସୂଚନାନୂସାରେ, ମଙ୍ଗଳବାର ସକାଳେ ଅତିରିକ୍ତ ଏସପିଙ୍କ ନିର୍ଦ୍ଦେଶରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ସ୍ୱର୍ଗତ ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ଘରେ ପହଞ୍ଚିଥିଲେ। ନବଙ୍କ ହତ୍ୟା ନେଇ ପୁଅ ବିଶାଲ ଓ ଝିଅ ଦୀପାଳିଙ୍କ ବୟାନ ରେକର୍ଡ କରିଥିଲେ।ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା। ହେଲେ ହାଜର ନହୋଇ ଘରେ ବୟାନ ରେକର୍ଡ ପାଇଁ ସମୟ ମାଗିଥିଲେ ପୁଅ-ଝିଅ। ତେଣୁ ଏବେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ବାସଭବନରେ ପହଞ୍ଚି ବୟାନ ରେକର୍ଡ କରିଛି।ଏହି ହତ୍ୟା ପଛରେ କିଏ ଓ କାହିଁକି ହତ୍ୟା କରାଯାଇଛି, ଏହା ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ ବୋଲି ହରିଚନ୍ଦନ କହିଛନ୍ତି। ଅନ୍ୟ ପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ହରିଚନ୍ଦନ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!