ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା, ୮ ଶ୍ରମିକ ଆହତ

ଯାଜପୁର ,ଯାଜପୁର ଜିଲା କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ କାରଖାନାରେ ଅଘଟଣ ଘଟିଛି। ଶୁକ୍ରବାର କାରଖାନାର ଷ୍ଟିଲ ମେଲଟିଂ ସପ୍‌ରେ ବିସ୍ଫୋରଣ ଘଟିବାରୁ ୮ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର SMS (ଷ୍ଟିଲ୍ ମେଲଟିଂ ସପ୍) ସାଇଡ଼ରେ ଦୁର୍ଘଟଣା ଘଟିଛି ।  ଆହତ ମାନଙ୍କୁ ସ୍ଥାନୀୟ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ଦ୍ବାରା ଅନୁସନ୍ଧାନ ଜାରି ରଖିଛି । ଶୁକ୍ରବାର ମଧ୍ୟାହ୍ନ ସମୟରେ କାରଖାନାର SMS ସାଇଡ଼ରେ ହଠାତ୍ ବ୍ଲାଷ୍ଟ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ୫ରୁ ଉର୍ଦ୍ଧ୍ବ କର୍ମଚାରୀ ପୋଡ଼ି ହୋଇ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେଠାରେ ସମସ୍ତ ଆହତ କର୍ମଚାରୀ ମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ତରଳ ଷ୍ଟିଲରେ ପାଣି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!