ନୂଆଦିଲ୍ଲୀ,୨୧।୩:ଆଇପିଏଲ ଆରମ୍ଭ ପୂର୍ବରୁ ବିସିସିଆଇର ବଡ ନିଷ୍ପତି । ୬ ଏପ୍ରିଲରେ କୋଲକାତାରେ ହେବାକୁ ଥିବା ମ୍ୟାଚ ସ୍ଥାନ ଗୁଆହାଟୀକୁ ପରିବର୍ତ୍ତନ କରିଛି ବିସିସିଆଇ। ସମସ୍ତ ୧୦ଟିମର ଅଧିନାୟକଙ୍କୁ ନେଇ ଆଜି ମୁମ୍ବାଇ ବିସିସିଆଇ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଏକାଧିକ ବଡ଼ ନିଷ୍ପତ୍ତି ନିଆଯାଇଛି ।ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ ଅନୁଷ୍ଠିତ ହେବ।ରାମନବମୀକୁ ନେଇ କୋଲକାତା ପୋଲିସ ସେହି ଦିନ ମ୍ୟାଚ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାରେ ଅସମର୍ଥତା ପ୍ରକାଶ କରିଥିଲା, ଯାହା ପରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ କେକେଆର ପରିଚାଳନା ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଜଣାଇଥିଲା। ସୂତ୍ର ଅନୁସାରେ, KKR ଟିମ ମ୍ୟାନେଜମେଣ୍ଟ ଏହି ମ୍ୟାଚ କୁ ତା’ର ଘରୋଇ ଗ୍ରାଉଣ୍ଡ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳିବାକୁ ଚାହୁଁଥିଲା। ଏହା ମ୍ୟାଚର ତାରିଖ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ବିସିସିଆଇ ମନା କରିଦେଇଥିଲା ଏବଂ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |