୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା,୨୨ା୩ : ୨ ଦିନ ବନ୍ଦ ରହିଛି ଶିମିଳିପାଳ। କାଳବୈଶାଖୀ ବର୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଛି। ୨ ଦିନ ଶିମିଳିପାଳ ବନ୍ଦ ନେଇ ଶିମିଳିପାଳ RCCF ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ବନ୍ଦ କରାଯାଇଛି।କାଳବୈଶାଖୀ ଜନିତ ଅଦିନିଆ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ଶନିବାର ଓ ରବିବାର ୨ଦିନ ପାଇଁ ବନ୍ଦ କରାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ବର୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଥିବା ବେଳେ ମଧ୍ୟମରୁ ଭାରି ବର୍ଷା ହୋଇଛି। ତତସହିତ ୨ଦିନ ପାଇଁ ବର୍ଷା ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ କରାଯାଇଛି। ଶିମିଳିପାଳ ମଧ୍ୟରେ ପାହାଡିଆ ମାଟି ରାସ୍ତାରେ ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯଶିପୁର ପଟୁ କାଲିକାପ୍ରସାଦ ଓ ବାରିପଦା ପଟୁ ପିଠାବଟା ତନଖି ଫାଟକ ଦେଇ ଏହି ଦୁଇଦିନ ପର୍ଯ୍ୟଟକ ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ବର୍ଷା ପରର ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!