ଭୁବନେଶ୍ୱର,୨୨।୩: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଏଣିକି ପୁରୁଣା ନିୟମ ଅନୁସାରେ ନିଯୁକ୍ତି ଦିଆଯିବ। ୨୦୨୦ ମସିହାରେ ଓଡ଼ିଶା ବେସାମରିକ ସେବା(ଥଇଥାନ ସହାୟତା) ନିୟମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ହୋଇଛି, ଥଇଥାନ ସମ୍ବନ୍ଧୀୟ ସମସ୍ତ ବିଚାରାଧୀନ ଆବେଦନ ଓଡ଼ିଶା ସିଭିଲ ସର୍ଭିସ(ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ। ଗତକାଲି ରାଜ୍ୟ କ୍ୟାବିନେଟ୍ରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଗ୍ରୁପ୍ ସି କିମ୍ବା ଗ୍ରୁପ୍ ଡି ପଦବିରେ ନିଯୁକ୍ତି ଦେଉଥିଲେ। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଏଣିକି ପୁରୁଣା ନିୟମ ଅନୁସାରେ ନିଯୁକ୍ତି ଦିଆଯିବା ୨୦୨୦ ମସିହାରେ ଓଡ଼ିଶା ବେସାମରିକ ସେବା(ଥଇଥାନ ସହାୟତା) ନିୟମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ହୋଇଛି, ଥଇଥାନ ସମ୍ବନ୍ଧୀୟ ସମସ୍ତ ବିଚାରାଧୀନ ଆବେଦନ ଓଡ଼ିଶା ସିଭିଲ ସର୍ଭିସ(ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ। ପୂର୍ବରୁ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଗ୍ରୁପ୍ ସି କିମ୍ବା ଗ୍ରୁପ୍ ଡି ପଦବିରେ ନିଯୁକ୍ତି ଦେଉଥିଲେ ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା। ୨୦୨୦ ମସିହାରେ ତତ୍କାଳୀନ ସରକାର ନୂତନ ନିୟମାବଳୀ ପ୍ରଣୟନ କରିଥିଲେ। ବିପର୍ଯ୍ୟୟ ପ୍ରମାଣପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଏହାସହ ଯେଉଁ ସରକାରୀ କର୍ମଚାରୀ ୧୯୯୦ରୁ ୨୦୨୦ ମସିହା ଭିତରେ ପ୍ରାଣ ହରାଇଥିଲେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀରେ ସାମିଲ କରାଯାଇଥିଲା। ଫଳରେ ଅନେକ ପରିବାର ଏହି ସହାୟତାରୁ ବଞ୍ଚିତ ହୋଇ ନିଯୁକ୍ତି ଦାବି କରି ଆସୁଛନ୍ତି। ଅନେକ ମାମଲା ମଧ୍ୟ ଦାୟର ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |