ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ,୧୦।୪: ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତର ଵୁଟିଆ ଗୁଡା ରେ ନୂତନ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ରେ ଠାକୁରାଣୀ ମନ୍ଦିର ପୂଜକ କେଶରୀ ପୂଜାରୀ ଦୀର୍ଘ ଦିନ ଧରି ଲୋକମାନଙ୍କ ସେବା କାମ କରି ଆସୁଛନ୍ତି ।ଚନ୍ଦ୍ରପୁର ସରପଞ୍ଚ ଵୈଜୟନ୍ତି ମାଝୀ ସମ୍ମାନନୀୟ ଅତିଥି ,ସି. ଆର. ସି. ସି. ବାବୁଲାଲ ସାଗର ମୁଖ୍ୟ ଅତିଥି ,ସମ୍ମାନନୀୟ ଅତିଥି ଲକ୍ଷ୍ମଣ କମର୍ଲା ମୈଦଲପୁର ପଦର ମସିଆଣି ମନ୍ଦିର ପୂଜକ ଓ ଧର୍ମ ପରାୟଣ ପ୍ରଭାକର ମାଳୀ ଉପସ୍ଥିତ ଥିଲେ lଗାଁର ପିତା ମାତା ସମସ୍ତଙ୍କ ସହଯୋଗ ରେ ପ୍ରତିଘରୁ ଏକ ହଜାର ଟଙ୍କାର ସହାୟତା ରେ ଗାଁର ଲୋକମାନଙ୍କ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ପାଇଁ ଗାଁର ସମସ୍ତଙ୍କ ମଧ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା।ମୁଖ୍ୟ ଅତିଥି ବାବୁଲାଲ ଭାରତୀୟ ସଂସ୍କୃତି ରେ ଗାଁ ଜୀବନରେ ଲୋକମାନଙ୍କ ଧର୍ମ ମୟ ଜୀବନ ରେ ସୁସଂପର୍କ ଓ ପର୍ବପର୍ବାଣୀରେ ଏକ ଜୁଟ ହୋଇ ନାଟ ,ଗୀତ ମାଧ୍ୟମରେ ଲୋକଙ୍କ ମଧ୍ୟରେ ବନ୍ଧୁତା ଭାବ କୁ ସବୁଦିନ ବଜାୟ ରଖିବାକୁ ଲୋକମାନଙ୍କୁ ଅବଗତ କରାଇଥିଲେ।ଲମ୍ବୋଧର ନାୟକ , ପଦ୍ମନ ମାଳୀ,ଜଗବନ୍ଧୁ ମାଳୀ , ମନବୋଧ ମାଳୀ , ପୂରଣ ମାଳୀ , ପଦ୍ମମ ମାଳୀ , ଲଛମନ ହରିଜନ , ଉଦ୍ଧବ ମାଳୀ ,କମ୍ ମାଳୀ ,ବଳଦେବ ମାଳୀ , ବଲରାମ ମାଳୀ ଆଜିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସୁପରିଚ଼ାଳା ପାଇଁ ସହଯୋଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |