ଚନ୍ଦାହାଣ୍ଡି ବିଡ଼ିଓ ଙ୍କୁ ଓଡ଼ିଶା ସାମାଜିକ ନିରାପତ୍ତା ପେନସନଧାରୀ ମହାସଙ୍ଘର ୬ ଦଫା ଦାବୀପତ୍ର ପ୍ରଦାନ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ,୧୦।୪:ନବରଙ୍ଗପୁର ଜିଲ୍ଲା ଓଡିଶା ସାମାଜିକ ନିରାପତ୍ତା ପେନସନଧାରୀ ମହାସଙ୍ଘ ପକ୍ଷରୁ ଚନ୍ଦାହାଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ଜିଲ୍ଲାପାଳ ନବରଙ୍ଗପୁର ଙ୍କ ନିକଟକୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କୋରାଗଲା। ଉକ୍ତ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ରାଜେଶ ଜାନି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ବ୍ଲକ ଆବାହିକା ପାର୍ବତୀ ଧରୁଆ ଙ୍କ ନେତୃତ୍ୱ ରେ ଚନ୍ଦାହାଣ୍ଡି ବ୍ଲକ ର ଶତାଧିକ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ , ବିଧବା ଓ ଅସହାୟ ପେନସନଧାରି ମାନେ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରିଥିଲେ।ଦାବୀପତ୍ର ପ୍ରଦାନ ସମୟ ରେ ଝରିଗାଁ ବ୍ଲକ ଆବାହକ ସୁବାଷ ପୂଜାରୀ, ଚାନ୍ଦାହାଣ୍ଡି ବ୍ଲକ ମଧ୍ୟର ୧୪ ଗୋଟି ପଞ୍ଚାୟତ ଗୁଡ଼ିକର ନେତୃତ୍ୱ ନେଉଥିବା ଉଲ୍ଲାସ ମାଝି, ସୁନିତା ଭୋଇ, ଲକ୍ଷ୍ମୀ ମାଝୀ, ତପସ୍ଵିନୀ ପୁଜାରୀ, ଭୁମିଶୁତା ବିଶି, ନିରମଣି ମାଝୀ, ଖିରମଣି ମାଝୀ, ତେଜସ୍ଵୀନି ମାଝୀ,ମାମିତା ମାଝୀ, ପୂର୍ଣ୍ଣମୀ ମାଝୀ, ଅମିତା କେଉଟ, ଦିପ୍ତିରାଣି ଜଗତ, ଟୁନି ହରିଜନ, ଚକ୍ରଧର ବାଘ ଓ ଦିନାଥ କେଉଟଙ୍କ ସମେତ 14 ଟି ପଞ୍ଚାୟତର ବାର୍ଦ୍ଧକ୍ୟ , ବିଧବା, ଭିନ୍ନକ୍ଷମ ଓ ଅସହାୟ ପେନାସନାଧାରୀ ମାନେ ଉପସ୍ଥିତ ରହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!