ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୩।୪ :- ପୁରୁଣା ଗଣ୍ଡଗୋଳ କୁ କେନ୍ଦ୍ର କରି ଗ୍ରାମରେ ମଣ୍ଡେଇ ହେଉଥିବା ଆଦିବାସୀ ନାଟକ ରେ ଗୋଟେ ଗୋଷ୍ଠୀ ଖୁଡଖୁଡି ଖେଳ ପକାଇବା ପାଇଁ ଓ ଆଉ ଗୋଟେ ଗୋଷ୍ଠୀ ଖୁଡ଼ଖୁଡି ବନ୍ଦ ପାଇଁ ଚେଷ୍ଟା କରୁଥିଲେ।କୁନ୍ଦେଇ ଥାନା ଅଧିକାରୀ ଉଭୟ ପକ୍ଷଙ୍କୁ ଥାନାରେ ଡାକି ସମାଧାନ ବାଟ କାଢ଼ିବାକୁ ଚେଷ୍ଟା କରିଥିଲେ ।କିନ୍ତୁ ସମାଧାନ ହେଇ ପାରିନଥିଲା ।ଫଳରେ ପ୍ରଶାସନ ବାଧ୍ୟ ହେଲା 144 ଧାରା ଜାରି କରିବା ପାଇଁ ବର୍ତମାନ ସୁଦ୍ଧା ତୁରୁଡି ଆଦିବାସୀ ଗ୍ରାମରେ 144 ଧାରା ଜାରି ରହିଛି, ଘଟଣାସ୍ଥଳରେ ଉମରକୋଟ sdpo, କୁନ୍ଦେଇ ଥାନା ଅଧିକାରିଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତମାନ ଡାବୁଗାଁ ରେ ମଧ୍ୟ କିଛି ଦିନ ପୂର୍ବେ ବିଭିନ୍ନ ଖବରକାଗଜରେ କୁକୁଡା ଲଢେଇ ଓ ଖୁଡଖୁଡି ଖେଳ ଉପରେ ଖବର ପ୍ରସାରିତ ହେଇଥିଲା। ଏବେ ମଧ୍ୟ ଡାବୁଗାଁ କନ୍ୟାଶ୍ରମ ବାଳିକା ବିଦ୍ୟାଳୟର ନିକଟସ୍ଥ ଜଙ୍ଗଲ ରେ ଓ ଉମାରାହାଣ୍ଡି ଗ୍ରାମ ବିଦ୍ୟାଳୟ ପଛପଟେ ଥିବା ନୀଳଗିରି ବଡ଼ ନିକଟ ଜମିରେ ଚାଲିଥିବା କୁକୁଡା ଲଢେଇ ଓ ଖୁଡଖୁଡି ଜୋର ସର ଚାଲିଛି। ଡାବୁଗାଁ ଥାନା ପରିସରରୁ ମାତ୍ର 3 କିଲିମିଟର ଭିତରେ ଚାଲିଛି ଏହି ଖେଳ। ଏହି ଦୁଇଟି ସ୍ଥାନରେ କୁକୁଡା ଲଢେଇ କୁ ଜିଲ୍ଲା ପୋଲିସ ପ୍ରଶାସନ ଓ ସ୍ଥାନୀୟ ପୋଲିସ ପ୍ରଶାସନ ବନ୍ଦ୍ କରିବା ପାଇଁ କଣସି ପଦକ୍ଷେପ ନେଉ ନାଥୁବାରୁ ଜନସାଧାରଣ ଆସନ୍ତସ ସୃଷ୍ଟି ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |