ରାଜଧାନୀ ଦିଲ୍ଲୀରେ ଆଉ ଗଡ଼ିବନି ପୁରୁଣା ଗାଡ଼ି

ନୂଆଦିଲ୍ଲୀ,,୧୩।୪: ରାଜଧାନୀ ଦିଲ୍ଲୀରେ ଆଉ ଗଡ଼ିବନି ପୁରୁଣା ଗାଡ଼ି । ରେଖା ସରକାର ପୁରୁଣା ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ପରିବହନ ବିଭାଗ ଦ୍ବାରା ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ, ୨୦୨୪ରୁ ଦିଲ୍ଲୀ ରାଜପଥରେ ଗଡ଼ୁଥିବା ୧୦ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ବା ସିଏନଜି ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିଦିଆଯାଇଛି । ଫଳରେ ୫୫ ଲକ୍ଷରୁ ଅଧିକ ଗାଡ଼ି ସ୍କ୍ରାପରେ ପରିଣତ ହୋଇଛି । ତେବେ ଏଣ୍ଡ୍ ଅଫ୍ ଲାଇପ୍ ଗାଡ଼ିର ସୂଚୀ ପରିବହନ ବିଭାଗ ଓ୍ବେବସାଇଟ୍ ଅପଡେଟ୍ କରିଦେଇଛି । ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସାର୍ବଜନିକ ସ୍ଥାନ, ଯେଉଁଥିରେ ଘର ବାହାରେ ଛିଡ଼ା କରାଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ସାମିଲ୍ କରାଯାଇଛି । ବାହାର ପାର୍କିଂ ହେଉଥିବା ଯାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ପଞ୍ଜୀକରଣ ରଦ୍ଦ ହୋଇଥିବା ଗାଡ଼ିଗୁଡ଼ିକ ଦିଲ୍ଲାରେ ରାସ୍ତାରେ ଗଡ଼ିଲେ କିମ୍ବା ସାର୍ବଜନିକ ସ୍ଥାନରେ ପାର୍କିଂ ହେଲେ ପରିବହନ ବିଭାଗ ଜବତ କରିବା ସହିତ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମନାର ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଯାନ ଗୁଡ଼ିକୁ ଯେପରି ପେଟ୍ରୋଲ୍ ପମ୍ପରେ ଇନ୍ଧନ ନମିଳିବ ସେନେଇ ଦିଲ୍ଲୀ ସରକାର ଖୁବଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!