ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଆମ୍ବେଦକର ଜୟନ୍ତୀ ପାଳନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୪।୪ :-ଏପ୍ରିଲ୧୪ ତାରିଖ ବାବା ସାହେବ୍ ଅମ୍ବେଦକରଙ୍କ ଜନ୍ମ ଦିବସ ହୋଇଥିବାରୁ ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ପାଳିତ ହେଲା ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ। ଏହି ଅବସରରେ ଡ଼ାବୁଗାଁ ମଣ୍ଡଳ ବିଜେପି ତରଫରୁ ବାଘବେଡ଼ା ଶୈବ ପୀଠ ଠାରେ ଆମ୍ବେଦକର ଜୟନ୍ତି ପଳନ କରାଯାଇଛି। ମଣ୍ଡଳ ସଭପତି ମନୋଜ କୁମାର ପାତ୍ର ଙ୍କ ସଭାପତିତ୍ବରେ ପ୍ରଥମେ ଆମ୍ବେଦକରଜୀଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ବିଜେପିର ବରିଷ୍ଟ ନେତା ନରେଶ କୁମାର ସିଂ ଡ. ଆମ୍ବେଦକରଙ୍କ ଜୀବନୀର ସ୍ମୃତି ଚାରଣ କରିଥଲେ। ଏହି କାର୍ଯ୍ୟକ୍ରମରେ, ରାଜ ଶେଖର ଦୋରା, ଆର ସାଙ୍କରୀ ରାଓ, ଜି ସତ୍ୟା ରାଓ, ନରୁ ସିଂ,ଦିନେଶ କୁମାର ସିଂ, ରତନ କଳାର, ଦୀନବନ୍ଧୁ ମାଝୀ, ପପିନ ମୁନି, ଜ୍ୟୋତ୍ସ୍ନା ନାୟକ, ହରିହର ଡଙ୍ଗରି ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।ଏଭଳି ଆଜି ବରିପଦର ଠାରେ ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପଲିତ ହୋଇ ଥିଲା।ଏହି କାର୍ଯ୍ୟକ୍ରମ ରେ ଗ୍ରାମର ୱାର୍ଡ ମେମ୍ବର ଚନ୍ଦ୍ରଶେଖର ନିହାଲ, ରାଇନୁ ସୁନା, ଦୟାନିଧି ଟାକରି, ଜଗନ୍ନାଥ ସୁନା, ଦଶରଥ ସୁନା,ଗପାଳ ନାୟକ,ଧନେଶ୍ୱର ସୁନା,ଦଶରଥ ସୁନା ପ୍ରମ୍ମୁଖ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!