ଟ୍ୱିନ୍ ସିଟିରେ କାଳବୈଶାଖୀ ତାଣ୍ଡବ, ୧୨ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ୱର,୧୫।୪: ମଙ୍ଗଳବାର ଅପରାହ୍ନରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଧରି ଭୁବନେଶ୍ବର ଓ କଟକରେ ବର୍ଷା ଲାଗି ରହିଥିଲା। ଏହା ସହିତ ପବନର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ୪ ଦିନ ପାଇଁ ବର୍ଷା ଓ ପବନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ହେବ କାଳବୈଶାଖୀ ବର୍ଷା। ଘଡ଼ଘଡ଼ି ବିଜୁଳି ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ। ସେପଟେ ୧୨ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେ ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ । ଏସବୁ ଜିଲ୍ଲାଗୁଡିକ ପାଇଁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବୋହିବ ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ।ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି । ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବାନା ।ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ଯାଜପୁର ପାଇଁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ଆଶଙ୍କା ।ଟ୍ୱିନସିଟିରେ କାଳ ବୈଶାଖୀ ବର୍ଷା ହୋଇଛି । କିଛି କିଛି ସ୍ଥାନରେ କାଳ କଳା ବାଦଲ ଢାଙ୍କିଥିବାବେଳେ ବିଜୁଳି ଓ ବପନ ମଧ୍ୟ ହୋଇଛି ।ଅନେକ ସ୍ଥାନରେ ବପନର ବେଗ ଅଧିକ ଥିବାବେଳେ କିଛି ସ୍ଥାନରେ ବର୍ଷାର ପରିମାଣ ଅଭିକ ଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ କେନ୍ଦ୍ରପଡ଼ାରେ କାଳବେଶଶଖୀ ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ରାସ୍ତାଘାଟରେ ଆଣ୍ଟୁଏ ପାଣି ଜମିଥିବାବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!