ନବରଙ୍ଗପୁର ( ମିହିର ଶଙ୍କର ପାତ୍ର) , ୧୫।୪:ସରକାରୀ ସ୍ନାତକ ମହାବିଦ୍ୟାଳୟ ତେନ୍ତୁଳିଖୁଣ୍ଟି ଠାରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ନିମନ୍ତେ ପ୍ରିନ୍ସିପାଲ୍ ଡ. ଆଲ ଆଲବିନ୍ ରିକୋ ଖାଲଖୋଙ୍କ ଆନୁକୂଲ୍ୟରେ ଆଜି ‘ଆତ୍ମରକ୍ଷା ଶିବିର କାର୍ଯ୍ୟକ୍ରମ’ ଉଦଘାଟନ କରାଯାଇଛି ଯାଇଛି । ବର୍ତ୍ତମ ସମାଜରେ ଦୈନନ୍ଦିନ ନାରୀମାନଙ୍କ ପ୍ରତି ବିଭିନ୍ନ ପ୍ରକାରର ଦୁଷ୍କର୍ମ, ଅନ୍ୟାୟ, ଅତ୍ୟାଚାର ପରି ଅମାନୁଷିକ ନିର୍ଯ୍ୟାତନା ଦିଆଯାଉଛି । ନିର୍ଯ୍ୟାତନା କବଳରୁ କିପରି ନିଜେ ନିଜକୁ ସୁରକ୍ଷା ଦେବା ସହିତ ଅସୁରକ୍ଷିତ ନାରୀମାନଙ୍କୁ ମଧ୍ଯ ସୁରକ୍ଷା ଦେଇ ପାରିବେ ସହି କୌଶଳ ମଧ୍ଯ ସମସ୍ତ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ଆତ୍ମରକ୍ଷା କୌଶଳ ଶିବିରକୁ ୧୦ ଦିନ ଧରି ପରିଚାଳିତ କରାଯାଉଥିବା ବେଳେ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ୍ ଡ. ରଞ୍ଜନ କୁମାର ସ୍ଵାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବର୍ତ୍ତମାନ ସମୟରେ ନାରୀ କୌଣସି କ୍ଷେତ୍ରରେ ଦୁର୍ବଳ ନୁହେଁ । ଯଦି ଆମେ ସାହସର ସହିତ ପ୍ରତ୍ୟେକ ବିପଦର ସାମ୍ନା କରିବା ତେବେ କୌଣସି କ୍ଷେତ୍ରରେ ହାର ମାନିବା ନାହିଁ ବୋଲି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ନିଜେ ନିଜ ଉପରେ ଭରଷା ରଖୁବାକୁ କହିଥିଲେ ଏବଂ ନବରଙ୍ଗପୁର ଜିଲ୍ଲାର ସ୍ୱନାମଧନ୍ୟା ଆତ୍ମରକ୍ଷା ପ୍ରଶିକ୍ଷକ ଦୁଲେଶ୍ଵରୀ ଖମାରୀ ଏହାର ଶୁଭାରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆତ୍ମରକ୍ଷା ଶିବିରକୁ ସାଫଲ୍ୟମଣ୍ଡନ କରିବା ପାଇଁ ଡିଗ୍ରୀ କଲେଜର ଇତିହାସ ବିଭାଗର ଅଧ୍ୟାପିକା ପୁର୍ବା ଭତ୍ରା ସହକାରୀ ପ୍ରଶିକ୍ଷକର ଭାର ତୁଲାଇ ଦୃଢ଼ତାର ସହିତ ସମସ୍ତ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ବିଷୟରେ ଜାଗ୍ରତ କରାଇଥିଲେ ଏବଂ କଲେଜର ସମସ୍ତ ଅଧ୍ୟାପକ ଡ. ବିରାଜ ଚାଲାନ, ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ କପିଳାଶ କୁମ୍ଭାର, ମୁଖ୍ୟ କିରାଣୀ ଶ୍ରୀ ଲଚ୍ଛମନ ପୁଜାରୀ, ରମେଶ ବିଷୋୟୀ, ବିଭୂତି ବେହେରା ଓ ଘାସିରାମ ଗୌଡ଼ ଉପସ୍ଥିତ ରହି ନିଜେ ସୁରକ୍ଷିତ ରହିବା ବିଷୟରେ କିଛି ଉପଦେଶ ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |