*ଛେଳିବେଡ଼ା ଗ୍ରାମରେ କୃଷକ କ୍ଷେତ୍ର ଦିବସ ପାଳନ*

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୯ା୫:ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଛେଳିବେଡ଼ା ଗ୍ରାମରେ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଯୋଜନା ରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର କୃଷି କ୍ଷେତ୍ର ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ାବୁଗାଁ ବ୍ଲକ କୃଷି ଅଧିକାରୀ ସୁଧେଶ୍ନା ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷି ବିଭାଗ ଏଏଓ ଷୌମେନ୍ଦ୍ର ବିଶ୍ୱାସ, ଏ ଓ ମମତା ସାହୁ, ଏ ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ଧାନ ଚାଷ ପରେ ଜମି ପଡ଼ିଆ ନ ରଖି ସରକାରଙ୍କ ଦ୍ଵାରା ଦିଆ ଯାଇଥିବା ବୁଟ ଚନା ର ସଦୁପଯୋଗ ବିସୟରେ ଅତିଥି ମାନେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ସୁଚନା ଥାଉ କି ଚଳିତ ବର୍ଷ ଡ଼ାବୁଗାଁ ବ୍ଲକ ର ସମସ୍ତ ପଂଚାୟତ ରେ ଚାଷ ପାଇଁ ଆସିଥିବା ବୁଟ ଅଶ୍ୱା ଏନ ଜି ଓ ତରଫରୁ ବଣ୍ଟନ କରାଯାଇଥିଲା । ଏହି ଏଞ୍ଜିଓ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଜିଲ୍ଲା ସଂଯୋଜକ ଆଲୋକ ପଣ୍ଡା, ବ୍ଲକ ସଂଯୋଜକ ଶୁଭେନ୍ଦୁ ମିଶ୍ର, ଫିଲ୍ଡ ଆସିଷ୍ଟାଣ୍ଟ ପାୟଲ ନାୟକ ସହଯୋଗ କରିଥଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!