ନୂଆଦିଲ୍ଲୀ,୧୦।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ଉପରେ ଡ୍ରୋନ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତର ୪ ସୀମାବର୍ତ୍ତୀ ରାଜ୍ୟର ପ୍ରାୟ ୨୬ଟି ସ୍ଥାନକୁ ଟାର୍ଗେଟ କରିଛି ପାକିସ୍ତାନ । ହେଲେ ପ୍ରାୟ ସବୁ ଡ୍ରୋନକୁ ମାରି ଖସାଇଦେଇଛି ଭାରତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁ କେନ୍ଦ୍ର ସରକାର ମେ’୧୫ ସକାଳ ୫.୨୯ ପର୍ଯ୍ୟନ୍ତ ଦେଶର ୩୨ଟି ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।। ଏହି ବିମାନବନ୍ଦର ଆସନ୍ତା ମେ’ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନବନ୍ଦରଗୁଡ଼ିକୁ ମେ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିଲା। ଏବେ ଏହାକୁ ଏବେ ବୃଦ୍ଧି କରାଯାଇଛି। ପ୍ରଭାବିତ ବିମାନବନ୍ଦରଗୁଡିକ ହେଉଛି ଅଦମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବାଥିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜାମ୍ମୁ, ଜାମନଗର, ଯୋଧପୁର, କାନ୍ଦଲା, କାଙ୍ଗ୍ରା (ଗଗଲ), କେଶୋଡ, କିଶାନଗଡ଼, କୁଲୁ ମନାଲି (ଭୁଣ୍ଟର), ଲେହ, ଲୁଧିଆନା ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରସର), ସରସ୍ୱା, ଶିମଲା, ଶ୍ରୀନଗର, ଥୋଏସ୍, ଏବଂ ଉତ୍ତରାଲାଇ।ଏହାବ୍ୟତୀତ ବିମାନ ସଂସ୍ଥାଗୁଡ଼ିକ ମଧ୍ୟ ଯାତ୍ରୀଙ୍କ ପାଇଁ ଯାତ୍ରା ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏୟାର ଇଣ୍ଡିଆ ମେ’ ୧୫ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ବିମାନ ବାତିଲ କରିଛି। ୧୦ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ମେ’ ୧୫ ପର୍ଯ୍ୟନ୍ତ ବାତିଲ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |