ଭୁବନେଶ୍ୱର, ୧୩/୦୫: ରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳି ଜାରି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝାଳୁଆ ଗୁଳୁଗୁଳି ଲୋକଙ୍କୁ ଦହଗଞ୍ଜ କରିଛି। ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ଓ ସମ୍ବଲପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୯ ଡ଼ିଗ୍ରୀ ରେକଡର଼୍ କରାଯାଇଛି। ଭୁବନେଶ୍ୱରରେ କ୍ରମାଗତ ୩ୟ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଟପିଥିବାବେଳେ କଟକରେ ଚଳିତ ବର୍ଷ ପ୍ରଥମଥର ତାତି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଏହି ଅବସ୍ଥା ଆହୁରି ତିନି ଚାରିଦିନ ଲାଗି ରହିପାରେ ବୋଲି କୁହାଯାଉଛି। ଏହା ମଧ୍ୟରେ ମୌସୁମୀର ଆଗୁଆ ଆଗମନ ସୂଚନା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |