ମୁମ୍ବାଇ,,୨।୬ : ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଜୁଲାଇରେ ବୋର୍ଡର କାର୍ଯ୍ୟକାରୀ ସଭାପତି ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନର BCCI ସଭାପତି ରୋଜର ବିନ୍ନି ଜୁଲାଇ ୧୯ ରେ ୭୦ବର୍ଷ ବୟସରେ ପଦର୍ପଣ କରିବେ। ଏଣୁ ସେ ବିସିସିଆଇ ସଭାପତି ପଦ ଛାଡିବେ। ଏଣୁ ବର୍ତ୍ତମାନ ୬୫ ବର୍ଷୀୟ ଶୁକ୍ଲା ତିନି ମାସ ପାଇଁ କାର୍ଯ୍ୟକାରୀ ସଭାପତି ଭୂମିକା ପାଇପାରିବେ। ସୂତ୍ର ଅନୁସାରେ ସେପ୍ଟେମ୍ବରରେ ବାର୍ଷିକ ସାଧାରଣ ବୈଠକ (AGM) ସମୟରେ ରାଜୀବ ଶୁକ୍ଳା ୬୬ ବର୍ଷ ବୟସରେ ପହଞ୍ଚିବେ। ତା’ପରେ ସେ ବୋର୍ଡର ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ନିର୍ବାଚନରେ ଠିଆ ହୋଇପାରିବେ।ରୋଜର ୨୦୨୨ ଅକ୍ଟୋବର ୧୮ରେ BCCIର ୩୬ ତମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ। ଗାଙ୍ଗୁଲି ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ। ସେତେବେଳେ ବିନ୍ନି ଶୀର୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ଥିଲେ। ଯାହା ଫଳରେ ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ବିନ୍ନି।ବିନ୍ନି BCCI ସଭାପତି ହେବା ପରେ, ଭାରତ ଦୁଇଟି ସୀମିତ ଓଭର ଫର୍ମାଟ ICC ଟୁର୍ନାମେଣ୍ଟ ଜିତିଥିଲା। ଭାରତ ୨୦୨୪ରେ ICC T20 ବିଶ୍ୱକପ୍ ଏବଂ ୨୦୨୫ରେ ICC ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ବିନିଙ୍କ ସଭାପତିତ୍ୱ ସମୟରେ ଐତିହାସିକ ମହିଳା ପ୍ରିମିୟର ଲିଗ୍ (WPL) ମଧ୍ୟ ଆରମ୍ଭ ହୋଇଥିଲା। ତାଙ୍କ ସଭାପତିତ୍ୱ ସମୟରେ ଘରୋଇ କ୍ରିକେଟକୁ ଭଲ ପ୍ରୋତ୍ସାହନ ମିଳିଥିଲା। ଖେଳାଳିମାନଙ୍କ ଦରମା ବୃଦ୍ଧି ପାଇଥିଲା ଏବଂ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଉପଯୁକ୍ତ ଏବଂ କଠୋର ପଦକ୍ଷେପ ନିଆଯାଇଥିଲା। ବିନି ପୂର୍ବରୁ BCCI ଚୟନ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |