ଭୁବନେଶ୍ୱର, ୩।୬: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏକ ବଡ଼ ଘୋଷଣା କରିଛି। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ୧୦ ଜଣ ହିତାଧିକାରୀଙ୍କୁ ଗୃହ ଯୋଜନା ଅନ୍ତର୍ଗତ ପକ୍କା ଘର ଯୋଗାଇ ଦିଆଯିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକାରୀ ହେବ।ବର୍ଷ ପୂର୍ତ୍ତିରେ ପ୍ରତି ପଞ୍ଚାୟତରୁ 10 ଜଣଙ୍କ ମିଳିବ ପକ୍କା ଘର । ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଦେବେ ସରକାର । 5 ଦିନ ଭିତରେ ତାଲିକା ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ 12 ତାରିଖ ଦିନ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପକ୍କାଘର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରୁଛି ବିଜେପି ସରକାର । ଏହି ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟବରାଦ ହେବା ସହିତ ତିନି ବର୍ଷ ଭିତରେ 2 ଲକ୍ଷ 25 ହଜାର ପକ୍କା ଘର ଯୋଗାଇ ଦେବା ଲକ୍ଷ ରଖାଯାଇଛି ।ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପାଇଥିବା ପରିବାର ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ପୀଡ଼ିତ ଲୋକ ଲାଭ ପାଇବେ। ଏଥିପାଇଁ 2025-26 ଆର୍ଥିକ ବର୍ଷରେ 2ହଜାର 603 କୋଟି ଟଙ୍କା ବ୍ୟୟ ବରାଦ ରଖିଛନ୍ତି ମୋହନ ସରକାର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |