ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୦୫।୦୬: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ଏ ସଂକ୍ରାନ୍ତ ସୂଚନା ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ସୁପାରିସକ୍ରମେ ଏ ବାବଦ କାର୍ଯ୍ୟସୂଚୀ  ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଛି।   ବିରୋଧୀ ଦଳର ନେତାମାନେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ  ପରବର୍ତ୍ତୀ ଅପରେସନ ସିନ୍ଦୂର  ଉପରେ ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ନିମନ୍ତେ ଦୃଢ଼ ଦାବି କରୁଥିବା ବେଳେ ଆଜି ମୌସୁମୀ ଅଧିବେଶନ ପାଇଁ ତାରିଖ ଘୋଷଣା ଆଗାମୀ ଦିନରେ  ରାଜନୀତିକୁ ସରଗରମ କରିବ। ବିରୋଧୀ ଦଳମାନଙ୍କ ସ୍ବତନ୍ତ୍ର ଅଧିବେଶନ ଦାବି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ  କହିଛନ୍ତି ଯେ ନିୟମ ଅନୁଯାୟୀ ମୌସୁମୀ ଅଧିବେଶନରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇପାରିବ। ତିନି ମାସରୁ ଅଧିକ ସମୟ ବ୍ୟବଧାନ ପରେ ଜୁଲାଇ ୨୧ ତାରିଖ ପୂର୍ବାହ୍ଣ ୧୧ଟାରେ ସଂସଦର ଉଭୟ ଗୃହର ଅଧିବେଶନ ଡକାଯିବ ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!