ସରକାରୀ କର୍ମଚାରୀଙ୍କୁ ୩୦ଦିନ ଛୁଟି

ନୂଆଦିଲ୍ଲୀ, ୨୫ା୭: ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ୩୦ ଦିନିଆ ଛୁଟି ନେଇପାରିବେ। କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ପରିଣତ ବୟସରେ ପିତାମାତାଙ୍କ ସେବା କରିବାକୁ ସରକାରୀ କର୍ମଚାରୀମାନେ ୩୦ ଦିନ ଛୁଟି ନେଇପାରିବେ । ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଏନେଇ ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ପିତାମାତାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟିର ପ୍ରାବଧାନ ରହିଛି କି ନାହିଁ ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ ସେଣ୍ଟାଲ ସିଭିଲ ସର୍ଭିସେସ୍‌ (ଲିଭ୍‌) ରୁଲ ୧୯୭୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ଅର୍ଜିତ ଅବକାଶ (ଇଅର୍ଣ୍ଣଡ ଲିଭ୍‌) ମିଳିପାରିବ । ଏଥିସହ ୨୦ ଦିନର ଅର୍ଦ୍ଧବେତନ ଅବକାଶ (ହାଫ୍‌ ପେ ଲିଭ୍‌), ୮ ଦିନିଆ ଆକସ୍ମିକ ଛୁଟି (କାଜୁଆଲ ଲିଭ୍‌) ଏବଂ ପ୍ରତିବର୍ଷ ୨ ଦିନ ପ୍ରତିବନ୍ଧିତ ଛୁଟି (ରେଷ୍ଟ୍ରିକଟେଡ ହଲିଡେ)ର ପ୍ରାବଧାନ ରହିଛି । ଏସବୁ ବ୍ୟତୀତ ସରକାରୀ କର୍ମଚାରୀମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ଛୁଟି ମଧ୍ୟ ନେଇପାରିବେ । ସେମାନେ ନିଜ ପିତାମାତାଙ୍କ ସେବା କରିବା ପାଇଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ହେଉ, ଏସବୁ ଛୁଟି ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!