ଅଲେଖ ମହିମା ଧର୍ମ ସୌଭାଗ୍ୟ ବାବାକୁ ଚ଼ାରା ବୃକ୍ଷ ଉପହାର

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୨୮ା୭:ଅଲେଖ ମହିମା ଧର୍ମ ସୌଭାଗ୍ୟ ବାବାକୁ ପରିବେଶ ପ୍ରେମି ବାବୁଲାଲ ତରଫରୁ ପରିବେଶ ରକ୍ଷାର ବାର୍ତ୍ତା ସହ ଚ଼ାରା ବୃକ୍ଷ ଉପହାର ପାପଡ଼ା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଜୁନ ମାସରୁ ବନ ମହୋତ୍ସବରେ ବିଦ୍ୟାଳୟ, ମନ୍ଦିର ରେ ବୃକ୍ଷ ରୋପଣ ସହ ଲୋକଙ୍କୁ ବୃକ୍ଷ ଲଗାଇବାକୁ ସଚେତନ ବାର୍ତ୍ତା ଓ ବୃକ୍ଷ ଜୀବନ ଭିତରେ ମଣିଷ ପାଇଁ ଯାହା ପ୍ରଦାନ କରୁଛି ତାହା ମାନବ ସଭ୍ୟତା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ ବୋଲି ଲୋକଙ୍କୁ ବୁଝାଇ ବୃକ୍ଷ ପ୍ରତି ଭଲପାଇବା ଓ ରୋପଣ ପାଇଁ ପ୍ରୟାସ କରୁଥିବାରୁ ବୃକ୍ଷ ପ୍ରେମୀ ବାବୁଲାଲ ବୋଲି ଆଲୋଚ଼ନା ହେଉଛି।ଛୋଟ ପିଲାଙ୍କୁ ମଧ୍ୟ ବୃକ୍ଷ ରୋପଣ ପାଇଁ ଭାବନା ଜାଗ୍ରତ ରେ ଶିଶୁ ଟିଏ ଵୃକ୍ଷଟିଏ ଭାବନା କୁ ଉଦ୍ଜୀବିତ କରୁଛନ୍ତି। ମଣିଷ ସମାଜକୁ ସତ ପଥରେ ପରିଚାଳିତ କରିବାକୁ ଚେଷ୍ଟା କରୁଥିବା , ଏ ଜିଲ୍ଲାର ବ୍ୟକ୍ତି ଜୀବନକୁ ଧାର୍ମିକ ସୁଖମୟ ପାଇଁ ଅହରୋହ ଚେଷ୍ଟିତ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା କୁ ବୃକ୍ଷ ଉପହାରରେ ପ୍ରକୃତିର ଅବଦାନ ବାର୍ଭା ସହ ଧର୍ମ ରକ୍ଷା ରେ ମହିମା ଧର୍ମର ଅବଦାନ କୁ ଆମ ସମାଜ କୁ ବଞ୍ଚାଇ ରଖୁଥିବାରୁ ବାବାକୁ ଶତକୋଟି ପ୍ରଣାମ ନିବେଦନ ଜଣାଇଥିଲେ । ସୌଭାଗ୍ୟ ବାବା ପରିବେଶ ସୁରକ୍ଷା ପାଇଁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ସହ ବୃକ୍ଷ ଭଳି ଧର୍ମ ପରାୟଣ ହେବାକୁ ପ୍ରତିଟି ମଣିଷ ଯତ୍ନ ବାନ ହେଲେ ସବୁଜ ଭାରତ ଓ ଧର୍ମର ମଣିଷ ଗଠନ ହେଲେ ଭାରତ ବିଶ୍ଵ ଗୁରୁ ଆଖ୍ୟା ପାଇବ ଏଥିରେ ସନ୍ଦେହ ନାହିଁ ବୋଲି ବାର୍ତ୍ତା ଦେଇଥିଲେ।ସି.ଆର.ସି.ସି. ବାବୁଲାଲ ଵୃକ୍ଷ ପ୍ରତି ଆକୃଷ୍ଟ ଭାବନା କୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!