ଆଜି ଓ କାଲି ପାଇଁ ୪ଟି ପଞ୍ଚାୟତରେ ସ୍କୁଲ୍ ଛୁଟି

ଭୁବନେଶ୍ୱର,୨୮ା୭: ବନ୍ୟା ଘେରରେ ଧାମନଗର ବ୍ଲକ। ସାଂଘାତିକ ପ୍ରଭାବିତ ହୋଇଛି ସୋହଡା, ପଧାନୀ, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତ। ତେଣୁ ଆଜି ଓ କାଲି ଦୁଇ ଦିନ ପାଇଁ ଏହି ୪ଟି ପଞ୍ଚାୟତରେ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏବେ ବି ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ବହୁ ବିପନ୍ନ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ସହାୟତା ପାଇଁ ଉଦ୍ୟମ ଜାରି ରହିଛି। ଏପଟେ ବନ୍ୟା ଘେରରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲା। ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବାଲେଶ୍ବର, ଭଦ୍ରକ ଓ ଯାଜପୁର। ରାଜଘାଟରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା। ବାଲିଆପାଳ, ଭୋଗରାଇ ଏବଂ ବସ୍ତା ବ୍ଲକରେ ବିପଦ ବଢ଼ାଇଛି ବଢ଼ିପାଣି। ବାଲେଶ୍ବର ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ମିଟର ରହିଥିବାବେଳେ ସକାଳ ୬ଟା ସୁଦ୍ଧା ୧୦.୫୫ ମିଟର ରହିଛି ଜଳସ୍ତର।ଗତକାଲି ରାତିରୁ ବାଲିଆପାଳ, ବସ୍ତା, ଭୋଗରାଇ ସହ ତଳି ଅଞ୍ଚଳରେ ବନ୍ୟାପାଣି ପଶିଛି। ଅନେକ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ଚାଷ ଜମି ଜଳମଗ୍ନ ହୋଇଯାଇଛି ।ବିପଦ ସଂକେତ ଉପରେ ଥିଲେ ବି ଗତକାଲି ରାତିରୁ ସୁବର୍ଣ୍ଣରେଖା ଜଳସ୍ତର କମୁଥିବା ଜଣାପଡ଼ିଛି । ବନ୍ୟା ମୁକାବିଲା ପାଇଁ ୨ଟି ଅତିରିକ୍ତ ଓଡ୍ରାଫ ଟିମ୍, ୧୩ଟି ଫାୟାର ଟିମକୁ ସଜାଗ ରଖାଯାଇଛି। ତା’ସହ ଶୁଖିଲା ଖାଦ୍ୟ ଏବଂ ଔଷଧ ବି ମହୁଜୁଦ ରହିଛି। ବୈତରଣୀ ବନ୍ୟାରେ ଧାମନଗର ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନ ପାଣି ଘେରରେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!