ଭୁବନେଶ୍ୱର,୧୨।୮: ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ |ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ।ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ଜାରି ହୋଇଛି। । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କେନ୍ଦୁଝରରେ। କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମ୍ବଲପୁରରେ ସୁରେଶ ପୂଜାରୀ, ବଲାଙ୍ଗୀରରେ ମନ୍ତ୍ରୀ ରବି ନାଏକ, କଳାହାଣ୍ଡରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ କୃଷ୍ଣଚନ୍ଦ୍ର ପାତ୍ର। ପୁରୀରେ ପୃଥ୍ବୀରାଜ ହରିଚନ୍ଦନ, ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଜପତିରେ ବିଭୂତି ଭୂଷଣ ଜେନା, ଭଦ୍ରକରେ କୃଷ୍ଣଚନ୍ଦ୍ର ମହାପାତ୍ର , ନବରଙ୍ଗପୁରରେ ଗଣେଶ ରାମ ସିଂଖୁଣ୍ଟିଆ, ସୁବର୍ଣ୍ଣପୁରରେ ସୂର୍ଯ୍ୟବଂଶୀ ସୂରଜ, ଅନୁଗୁଳରେ ପ୍ରଦୀପ ବଳସାମନ୍ତ, ରାୟଗଡ଼ାରେ ଗୋକୁଳାନନ୍ଦ ମଲ୍ଲିକ୍ ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ ସମ୍ପଦ ଚନ୍ଦ୍ର ସ୍ବାଇଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |