ଆଜି କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୧୩ା୮: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀବିଗ୍ରହଙ୍କ ରାହୁରେଖା ନୀତି ଲାଗି ୪ ଘଣ୍ଟା ବନ୍ଦ ରହିବ କାଳିଆ ସାଆନ୍ତଙ୍କ ଦର୍ଶନ। ଏଥିପାଇଁ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ଯାଏଁ ବନ୍ଦ ରହିବ ବଡ଼ଦେଉଳ।ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଏହି ରାହୁରେଖା ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗ ମଣ୍ଡପ ଶେଷ ହେବାପରେ ରାହୁରେଖା ନୀତି ଆରମ୍ଭ ହେବ। ଶ୍ରୀବିଗ୍ରହଙ୍କ କପାଳରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟି ଲାଗି ହେବ।ଗୋପାଳ ବଲ୍ଲଭଭୋଗ ବଢିବା ପରେ ଚଢଉକରଣ ଓ ଦେଉଳକରଣ ସେବକ ଭଣ୍ଡାର ମେକାପକୁ କହି ଭଣ୍ଡାର ଘରୁ ମୁଦ ହୋଇ ରଖାଯାଇଥିବା ରାହୁ ରେଖାକୁ ଆଣି ବେହେରଣ ଦ୍ୱାର ନିକଟରେ ବଣିଆ ସେବକଙ୍କୁ ଦେବା ପରେ ସେ ଏହାକୁ ମାଜି ସଫା କରିବେ।ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଶ୍ରୀଅଙ୍ଗଲାଗି ଦଇତାପତି ସେବକ ଜୟବିଜୟ ଦ୍ୱାର ବନ୍ଦ କରି ଏହି ଗୁପ୍ତ ନୀତି ସମାପନ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!