ପୁରୀ,୧୩ା୮:ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ବାର୍ତ୍ତା । ‘ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖାକୁ ନେଇ ବଢୁଛି ଚର୍ଚ୍ଚା ।କେହି ଅସାମାଜିକ ଦୁର୍ବୃତ୍ତ ଏଭଳି କରିଥିବା ନେଇ ଆଶଙ୍କା କରାଯାଉଛି । ଆତଙ୍କବାଦୀ ମନ୍ଦିର ଭାଙ୍ଗିବେ ବୋଲି ଲେଖାଯାଇଛି । ପ୍ରକାଶଥାଇକି, ସେହି ସ୍ଥାନରେ ମୋଦୀଙ୍କ ନାମ ମଧ୍ୟ ଦେଖାଯାଇଛି ।ତେବେ ପୁରୀକୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି ।ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କେହି କାନ୍ଥରେ ଲେଖିଛି। ଏହା ଭିତରେ ପିଏମ୍ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି। ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ପରିକ୍ରମା ମାର୍ଗରେଏହି ଧମକପୂର୍ଣ ଲେଖା ଦେଖିବାକୁ ମିଳିଛି।ବାଲିସାହି ପ୍ରବେଶ ପଥର ଠିକ୍ ତାହାଣ ପଟେ ଥିବା ବୁଢ଼ି ମା’ ଠାକୁରାଣୀଙ୍କ କାନ୍ଥରେ ଦୁଇଟି ସ୍ଥାନରେ କେହି ଅସାମାଜିକ ଏହି ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ସନ୍ଦେହ କରାଯାଉଛି। ଗୋଟିଏ ପାର୍ଶ୍ବରେ ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ସାଙ୍ଗକୁ ଏକାଧିକ ଫୋନ୍ ନମ୍ବର ଓ ଏହା ପାର୍ଶ୍ବରେ ଫୋନ୍ କର ବୋଲି ଉଲ୍ଲେଖ ରହିଛି । କୁଳ ବୁଡ଼ିବ, ଆତଙ୍କବାଦୀ ପ୍ରଭୃତି ଲେଖାଯାଇଛି। ଏଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟକୁ ମଧ୍ୟ ଦୁର୍ବୃର୍ତ୍ତ ଭାଙ୍ଗି ଦେଇଛନ୍ତି lଏହି ସ୍ଥାନରେ ଏକାଧିକ ସିସିଟିଭି ଲାଗିଛି, ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ କିଏ ଆତଙ୍କବାଦୀଙ୍କ ନାମ ନେଇ ଏହି ଧମକପୂର୍ଣ୍ଣ ଲେଖା ଲେଖିଛି ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବାରମ୍ବାର ଗୃହ ମନ୍ତ୍ରାଳୟ ଏବଂ ଏନ୍ଏସ୍ଜି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଥିବା ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହୋଇନି । କେବଳ ଲୋକ ଦେଖାଣିଆ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ଲଗାଯାଇଛି ବୋଲି ଅଭିଯୋଗ ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |