ନୂଆଦିଲ୍ଲୀ,୨୮ା୯: ଜାତୀୟ ସିନିୟର କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ୱିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନ ପାଇଲେ ପ୍ରଜ୍ଞାନ ।ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପରାଇଲେ ଏହି ଓଡ଼ିଆ ପୁଅ । ନୂଆ ସଦସ୍ୟ ଭାବେ ଆରପି ସିଂ ସାମିଲ ହୋଇଥିବାବେଳେ ନିଜ ସ୍ଥାନ ବଜାୟ ରଖିଛନ୍ତି ଅଜୟ ରାତ୍ରା ।ସେପଟେ ମିଥୁନ ମାନହସଙ୍କୁ ବିସିସିଆଇର ନୂଆ ସଭାପତି ଭାବେ ଚୟନ କରାଯାଇଛି । ବିସିସିଆଇ ଏଜିଏମରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମିଥୁନ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |