ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂତନ ଏସଓପି ଜାରି

ଭୁବନେଶ୍ବର, ୧୪୧୦:ସାରା ରାଜ୍ୟ ପାଇଁ ଜାରି ହେଲା ଏସଓପି। ଏଥର ପାର୍ଟ ପ୍ଲଟ୍ ପଞ୍ଜୀକରଣ ବେଳେ ଅନୁସରଣ କରିବାକୁ ହେବ ଏସଓପି। ସାରା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏସଓପି ଜାରି କରିଛି।ବନ୍ଦ ଥିବା ପାର୍ଟ ପ୍ଲଟ୍ ପଞ୍ଜିକରଣ ପାଇଁ ବିଭାଗ ତରଫରୁ ଏସ୍‌ଓପି ଆସିଛି । ପୂର୍ବରୁ ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ନେଇ କିଛି ପଞ୍ଜିକରଣ ଅଧିକାରୀଙ୍କ ଦ୍ଵନ୍ଦ୍ବ ଥିଲା । ଏହି ଏସ୍‌ଓପି ସବ୍ ରେଜିଷ୍ଟ୍ରାର ମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ବ ଦୂର ହେବ ଏବଂ ପାର୍ଟ ପ୍ଲଟ୍ କିଣାବିକା ଚାଲିବ ବୋଲି ଆଶା ରହିଛି । ପାର୍ଟ ପ୍ଲଟ କିଣାବିକା ବେଳେ ଗ୍ରାମାଞ୍ଚଳ ପାଇଁ କୌଣସି କଟକଣା ନାହିଁ । କେବଳ ଜଳାଶୟ କିସମ ଜମିକୁ ଏକାଥରେ ବିକ୍ରି କରିହେବ । ସହରାଞ୍ଚଳରେ ଏବଂ ଡେଭେପମେଣ୍ଟ ଏରିଆରେ ଆସୁଥିବା ଅଞ୍ଚଳରେ ପାର୍ଟ ପ୍ଲଟ କିଣାବିକା ପାଇଁ ଦୁଇଟି ଘୋଷଣାନାମା ଦେବାକୁ ପଡିବ । ଚାଷ ଜମି କେବଳ ଚାଷ ପାଇଁ ବ୍ୟବହୃତ ହେବ ଏବଂ ଘରବାଡି କିସମ ଜମିରେ କୌଣସି ରିଏଲ ଇଷ୍ଟେଟ କାରବାର ନ କରିବାକୁ ଡିକ୍ଲାରେସନ ଦେବାକୁ ପଡିବ । ପ୍ରଥମ ଥର ପାଇଁ ୫୦୦ ବର୍ଗ ମିଟର ପର୍ଯ୍ୟନ୍ତ ଜମି ବିକିଲେ କୌଣସି ଲେ ଆଉଟ୍ ଦେବାକୁ ପଡିବ ନାହିଁ । ମୁଖ୍ୟତଃ ଅଧିକାରୀଙ୍କ ପାଇଁ ପାର୍ଟ ପ୍ଲଟ୍ କିଣାବିକାରେ ଥିବା ଦ୍ଵନ୍ଦ୍ବ ଏହି ଏସ୍‌ଓପି ଜରିଆରେ ଦୂର ହେବ ବୋଲି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!