ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର); ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୂମା ଜଗନ୍ନାଥ ଗୁଡା ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଆହତ ଓ ୨ ଜଣେ ଗୁରୁତର ହୋଉଛନ୍ତି। ସୂଚନାଯୋଗ୍ୟ :- ବାଇଗାଁ ଗ୍ରମର ଲାଇବନ୍ କଲାର (୨୨) ଓ ଇଶ୍ଵର କଲାର (୩୫) ବାଇକ ନଂ ଓ ଡି ୨୪ଏମ ୪୪୬୨ ଯୋଗେ ବାଇଗାଁ ଠାରୁ ଡାବୁଗାଁ ଆସୁଥିବା ସମୟରେ ବିପରୀତ ଦିଗରୁ ଏକ ଅଟୋ ନଂ ଓଡି ୨୪ ୯୮୫୦ ଉମରାହାଣ୍ଡି ଯାଇଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲେ । ଫଳରେ ଲାଇବନ ଓ ଇଶ୍ଵର ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ଡାବୁଗାଁ ଦମକଳ ବାହିନୀ ଙ୍କ ସହଯୋଗରେ ୩ ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଉଭୟ ଲାଇବନ ଓ ଇଶ୍ଵର ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |