ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର

ଡାବୁଗାଁ (ପ୍ରିୟଦର୍ଶିନୀ ପାତ୍ର), ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କଲେଜ ଷ୍ଟାଡିୟମ୍ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧରି ଯୋଗ ଦେଇ ମାଛ ଚାଷ ଓ ଗୋପାଳ , ପଶୁପକ୍ଷୀ ଙ୍କ ପାଳନ ଉପରେ ଆଲୋଚନା କରିଥିଲେ ହେଲେ ଶୁଣିବା ପାଇଁ ଚାଷୀ କମ୍ ଥିବା ବେଳେ ସରକାରୀ ଅଧିକାରୀ ଅଧିକ ମାତ୍ରାରେ ଯୋଗ ଦେଇଥିଲେ । ପରିଚାଳନା କରୁଥିବା ଅଧିକାରୀ ଙ୍କ କହିବା ଅନୁସାରେ ଚାଷୀ କିପରୀ ମତ୍ସ୍ୟ ଚାଷ ଓ ପ୍ରାଣୀସମ୍ପଦ , ପଶୁ ପାଳନ ଉପରେ ବୁଝି ପାରିବେ ସେନେଇ ସରକାର ଅନେକ ଚେଷ୍ଟା କରୁଛନ୍ତି କିନ୍ତୁ କିଛି ଅଧିକାରୀ ଚାଷୀ ଙ୍କୁ ଅବଗତ ନ କରି ଏପରି କାର୍ଯ୍ୟକ୍ରମ କରୁଛନ୍ତି ଯାହା ଫଳରେ ମୁଖ୍ୟ ଚାଷୀ ଏହି ବିସୟରେ ଜାଣିପରୁନାହାନ୍ତି । କିଛି ଚାଷୀ ଙ୍କୁ ଖବର ଦେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି। ଆଖ ପାଖରୁ କିଛି ଚାଷୀଙ୍କୁ ସଖାଳ ୮ଘଣ୍ଟା ସମୟରୁ ଡକା ଯାଇଥିଲା କିନ୍ତୁ କାର୍ଯ୍ୟକ୍ରମ ୧୨ଘଣ୍ଟା ସମୟରେ ଆରମ୍ଭ ହେଲା। ଖାଲି ସେତିକି ନୁହଁ କାଗଜପାତ୍ର ରେ ଦୁଇ ଶାହରୁ ଉର୍ଦ୍ଧ ଚାଷି ଆସିଥିବା ଦର୍ଶା ଯାଇଛି କିନ୍ତୁ ମିଳିଥିବା ସୂଚନା ପ୍ରକାରେ ପ୍ରାୟ ୧୫୦ ଜଣକ ପାଇଁ ରସେଇ ହୋଇଥିବା ଜଣାପଡିଛି ତାହାବି ଚାଷୀମାନଙ୍କୁ କିଭଳି ଖାଦ୍ୟ ଦିଆହେଲା ତାହା ନ କହିବା ଭଲ। ଏହି କାର୍ଯ୍ୟକ୍ରମ ପାଇଁ ୩ଲକ୍ଷ ୬୦ହଜାର ଟଙ୍କା ଆସିଥିବା ବେଳେ ଅନ୍ତତଃ ଚାଷି ଭାଇ ମାନଂକୁ ଭଲ ଖାଦ୍ୟ ଦେଇ ପାରିଥାନ୍ତେ। ଖାଇବା ତ ଦୂରର କଥା ପିଇବା ପାଣିର ମଧ୍ୟ ବ୍ୟବସ୍ଥା କରିନଥିଲେ ଦାଇତ୍ୱରେ ଥିବା ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ମାନେ। ଏନେଇ ଡ଼ାବୁଗାଁ ରେ ମାଛ ଚାଷ କରୁଥିବା ଚାଷୀଙ୍କ ମନରେ ଆସନ୍ତୋସ ପାଇଛି । ଖବର ଥାଉକି ପ୍ରାଣୀସମ୍ପଦ ବିଭାଗ କୁ ଉକ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି କିନ୍ତୁ କିଛି ଚାଷୀ ଙ୍କୁ ଡାକି ପ୍ରାଣୀ ବିଷୟରେ କହିବା ତାହା ଚାଷୀ ଙ୍କୁ ଉପହାସ କରିବା ଭଳି ହେଉଛି। ଏହି ମେଳାରେ ଲୋକଙ୍କ ଅଭାବ ଦେଖୀ କଲେଜ ଛାତ୍ର ଛାତ୍ରୀ ଙ୍କ ଗହଳି ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!