ଭୁବନେଶ୍ୱର ,୧୧।୧୧: ଆଜି ନିଆଳି ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ର ଯାଉଛି ପୋଢୁଆଁ ଭାର । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ନିଆଳି ଶ୍ରୀମାଧବଙ୍କ ପୀଠ । ଭୋର ୪ଟା ୩୦ ଦ୍ଵାରଫିଟା, ମଙ୍ଗଳ ଆଳତି , ସକାଳ ୫ ଟା ୩୦ରେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା, ସକାଳ ୬ଟା ବେଳେ ମହାପ୍ରଭୁଙ୍କ ରାଜ-ରାଜେଶ୍ବର ବେଶ ଶେଷ ହୋଇଛି। ନୀତି ଅନୁଯାୟୀ ମାଧବ ମନ୍ଦିରରୁ ଭାର ଓ ଶୋଭାଯାତ୍ରା ଆରମ୍ଭ ହେବ। ୨୦ ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିବେ । ମାଧବର ଛତିଶା ନିଯୋଗୀ, ପ୍ରାଚୀ ଅଞ୍ଚଳର ବହୁ ସାଧୁସନ୍ଥ, ଭକ୍ତ ଓ ଶ୍ରୀଜଗନ୍ନାଥପ୍ରେମୀ ସାମିଲ ହୋଇଛନ୍ତି। ପ୍ରାଚୀ ଅଞ୍ଚଳର ସମସ୍ତ ମାଧବ ଓ ଦ୍ବାଦଶ ଶମ୍ଭୁ ପୀଠର ସେବକ ସାମିଲ ହୋଇଛନ୍ତି । ପୋଢୁଆଁ ସାମଗ୍ରୀରେ ରହିଛି- ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲାକଦଳି, ଘିଅ, ଚନ୍ଦନ କାଠ, କର୍ପୂର, ଅଗୁରୁ, ଜାଈଫଳ, ପାନ, ଗୁଆ , ଅଳେଇଚ, ଲବଙ୍ଗ : ଗୋପାଳବଲ୍ଲର ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ବି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |