ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ କରିବାକୁ ଗଠନ ହେଲା ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦଳ । ଘଟଣାରେ ଆତଙ୍କବାଦୀ ଷଡ଼ଯନ୍ତ୍ର ସମ୍ପର୍କରେ ସୁରାକ ମିଳିବା ପରେ NIA ତଦନ୍ତ ଦଳ ଗଠନ କରିଛି । ଆନୁଷ୍ଠାନିକ ଭାବରେ ମାମଲାଟିକୁ NIA ନିଜ ହାତକୁ ନେବା ପରେ ତଦନ୍ତ ଦଳ ଗଠନ ହୋଇଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଦିଲ୍ଲୀ ସମେତ ଦେଶର ଅନେକ ସମ୍ବେଦନଶୀଳ ସ୍ଥାନ ହାଇ ଆଲର୍ଟରେ ରହିଛି । ଦିଲ୍ଲୀ ସୀମାରେ ସୁରକ୍ଷା ଯାଞ୍ଚ ଏବଂ ସହରର ପ୍ରମୁଖ ସ୍ଥାନରେ ଯାନବାହାନର ବ୍ୟାପକ ଯାଞ୍ଚ ଚାଲିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |