ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଲାଲ୍ କିଲ୍ଲା ବିସ୍ଫୋରଣ ମାମଲାରେ ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ଦିଲ୍ଲୀ, ହରିଆଣା ଏବଂ ଉତ୍ତର ପ୍ରଦେଶରେ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଛି। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଜବତ ହେଲା ଲାଲ୍ ରଙ୍ଗର କାର୍ । ହରିୟାଣାରୁ ଜବତ ହେଲା ଆତଙ୍କୀଙ୍କ ଏହି କାର୍ । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଆଇ-୨୦ କାର୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧର ଆଇ-୨୦ କାର୍ ସହ ଲାଲ୍ ରଙ୍ଗର ଇକୋସ୍ପୋର୍ଟ କାର୍ ଥିବା ସୂଚନା ମିଳିଥିଲା। ଏହାପରେ ଦିଲ୍ଳୀ , ଉତ୍ତରପ୍ରଦେଶ ଓ ହରିୟାଣା ପୁଲିସ୍ ଏହି କାର୍କୁ ଖୋଜିଥିଲେ । ଦିଲ୍ଳୀ ପୁଲିସ୍ର ୫ଟି ଦଳକୁ କାର୍ ଖୋଜିବା ପାଇଁ ଦାୟୀତ୍ଵ ଦିଆଯାଇଥିଲା । ପରେ ଡିଏଲ୍-୧୦ସିକେ-୦୪୫୮ ବିଶିଷ୍ଟ ଆତଙ୍କୀଙ୍କ ଏହି ଲାଲ୍ ରଙ୍ଗର ଇକୋସ୍ପୋର୍ଟ କାର୍ ହରିୟାଣା ପୁଲିସ୍କୁ ମିଳିଥିବା ସୂଚନା ମିଳିଛି । ଫରିଦାବାଦର ଖଣ୍ଡଓ୍ବାଲି ଗାଁ ପାଖରୁ ଏହି କାର୍ ମିଳିଥିବା ସୂଚନା ଦେଲେ ଫରିଦାବାଦ ପୁଲିସ୍ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |