୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର,୧୩ା୧୧: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା ରହିଥିବାବେଳେ ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଏଠାରେ ତାପମାତ୍ରା ୭.୧ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୭.୫ ଏବଂ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି। ୧୫ ଡିଗ୍ରୀ ତଳେ ଟ୍ବିନ୍‌ ସିଟିର ରାତ୍ରି ତାପମାତ୍ରା ଥିବାବେଳେ କଟକରେ ୧୪.୬ ଓ ଭୁବନେଶ୍ୱରର ତାପମାତ୍ରା ୧୪.୧ ଡିଗ୍ରୀ ରହିଛି। ‘ଦାରିଙ୍ଗବାଡ଼ି’ରେ କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏହା ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି। ବ୍ଳକ ତାପମାତ୍ରା ସୂଚନା କେନ୍ଦ୍ରରୁ ପ୍ରକାଶ ୬ତାରିଖରେ ୧୫ ଡିଗ୍ରି ସେଲସିୟସ ଥିବା ବେଳେ ୭ଦିନରେ ଆଜି ୭.୫ ଡିଗ୍ରି ସେଲସିୟସ ହ୍ରାସ ପାଇଛି। ୯ ତାରିଖରେ ତାପମାତ୍ରା ହ୍ରାସ ପାଇ ୧୧ ଡିଗ୍ରି ସେଲସିୟ ହୋଇଥିଲା ବେଳେ ଆଜି ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି ସେଲସିୟସରେ ପହଞ୍ଚିଛି। ଆଜି ଘୁ.ଉଦୟଗିରିରେ ତୋପମାତ୍ରା ୭.୬ଡିଗ୍ରିରେ ପହଁଚିଥିବା ବେଳେ ଗ୍ରାମାଞ୍ଚଳରେ ୬ଡିଗ୍ରିକୁ ପହଁଚିଛି। ହଠାତ ତାପମାତ୍ରା ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କହିବାକୁ ଗଲେ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଜାଡ଼ରେ ଥରୁଛି ପୁରା ଅଞ୍ଚଳ। ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!