ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:-ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ ମହାସମାରୋହରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ମୁଖ୍ୟ ବକ୍ତାଭାବେ ବିଜେଡି ଜିଲ୍ଲା ଉପସଭାପତି ବଦ୍ରି ନାରାୟଣ ସିଂ,ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତ୍ରl ଓ ଗୁପ୍ତ ବିଶୋୟୀ, ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ ଓ ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ରାମା ରାଓ ଚୌଧୁରୀ, ଜିଲ୍ଲା ଉପ ସଭାପତି ଏମ୍ ଅlପା ରାଓ,ଜିଲ୍ଲା ସମ୍ପାଦକ କୈଳାଶ ଚନ୍ଦ୍ର ବିଶୋୟୀ, ଜିଲ୍ଲା ସମ୍ପାଦକ ଆର୍ ପ୍ରକାଶ ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ପାପଡାହାଣ୍ଡି ବ୍ଳକ ସଭାପତି ବିଦ୍ୟାଧର ମଲ୍ଲିକ, ଡାବୁଗାଁ ନିର୍ବାଚନମଣ୍ଡଳୀର କୋଷାଗୁମୁଡା,ଡାବୁଗାଁ, ପାପଡାହାଣ୍ଡି ବ୍ଳକର ବହୁ ବିଜେଡି ବରିଷ୍ଠ କର୍ମୀ ଓ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ଉପସ୍ଥିତ ସମସ୍ତ କର୍ମୀ ମାନଙ୍କୁ ବିଜେଡି ଉତ୍ତରୀୟ ଦେଇ ସ୍ଵାଗତ କରାଯାଇଥିଲା lପ୍ରଥମେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ, ଧୂପ ଲଗାଇ ପ୍ରତି ପ୍ରତ୍ୟେକ ପ୍ରଣାମ ଜଣାଇଥିଲେ l ପରେ ପରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୀବନୀ ଉପରେ ବ୍ୟାପକ ଆଲୋଚନା କରିଥିଲେ l ସମସ୍ତ କର୍ମୀମାନଙ୍କୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଜାଗ ରହି ନବୀନ ବାବୁଙ୍କ ଜନ ହିତକର କାର୍ଯ୍ୟ ଉପରେ ଜନସାଧାରଣଙ୍କୁ ଅବଗତ କରାଇ ୨୦୨୭ ରେ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନରେ ଶତ ପ୍ରତିଶତ ୱାର୍ଡ ସଭ୍ଯ, ସରପଞ୍ଚ, ସମିତି ସଭ୍ଯ, ଜିଲ୍ଲା ପରିଷଦ ସଭ୍ଯ ଜିତିବା ନେଇ ପୂର୍ଣ୍ଣ ମାତ୍ରାରେ ଲାଗିପଡିବା ପାଇଁ ପରାମର୍ଶ ଦେଇଥିଲେ l ଓଡିଶା ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ଉପରେ ବିଷୋଦଗାର କରିଥିଲେ l ଚାଷୀ ମାନଙ୍କ ଧାନ ମଣ୍ଡି ରେ ଧାନ କ୍ରୟ କରିବା ସମସ୍ୟା, ଟଙ୍କା ପାଉ ନ ଥିବା ଉପରେ ବ୍ୟାପକ ଆଲୋଚନା କରିଥିଲେ,ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଠକିବା, ପ୍ରତିଶ୍ରୁତି ନ ରଖିବା, ଯାହାକି ଧାନ ବିକ୍ରୟ କରି ପୁଅ,ଝିଅ ବିବାହ ଉପରେ ବହୁ ହଇରାଣ ହରକତ ହେଉଥିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଗୋଚର କୁ ଆଣି ଡାବଲ ଇଞ୍ଜିନ୍ ସରକାରଙ୍କ ଉପରେ ବିଷୋଦଗାର କରିଥିଲେ lସଭାପତିଙ୍କ ବିଜେଡି ନାରାରେ କମ୍ପି ଉଠିଥିଲା ପରିବେଶ l ପାପଡାହାଣ୍ଡି ବ୍ଳକ ସଭାପତି ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ପରେ ସଭାପତିଙ୍କ ନିର୍ଦ୍ଦେଶରେ ସଭା କାର୍ଯ୍ୟ ସମାପନ କରାଯାଇଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!