ନୂଆଦିଲ୍ଲୀ ,୬/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜି ଷଷ୍ଠ ଦିନରେ ଅତ୍ୟନ୍ତ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି। ନୂତନ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଯୋଗୁ ଯୁଦ୍ଧ ନୂଆ ମୋଡ଼ ନେଇଛି।ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ।ଥରିଉଠୁଛି ତେହରାନ।ମୃତ୍ୟୁ ସଂଖ୍ୟା ହଜାରରୁ ଅଧିକ।ଆହତଙ୍କ ସଂଖ୍ୟା ଟପିଲା ୫ ହଜାର। ମହାଯୁଦ୍ଧର ଷଷ୍ଠ ଦିନରେ ଆକ୍ରମଣ ଆହୁରି ତୀବ୍ର ହୋଇଛି। ଆଜି ସକାଳେ ଇରାନ ପକ୍ଷରୁ ଇସ୍ରାଏଲ୍ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ସେହିପରି ଗତକାଲି ଆମେରିକା ପକ୍ଷରୁ ଇରାନର ଏକ ପ୍ରମୁଖ ଯୁଦ୍ଧଜାହାଜକୁ ଭାରତ ମହାସାଗରରେ କ୍ଷେପଣାସ୍ତ୍ର ମାଡ଼ କରି ବୁଡ଼ାଇ ଦିଆଯିବାରୁ ଶତାଧିକ ସୈନିକଙ୍କର ମୃତ୍ୟୁ ଘଟିଛି। ଆମେରିକା ଆଜି ପରମାଣୁ ଅସ୍ତ୍ରବାହୀ ମହାଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବାରୁ ଉତ୍ତେଜନା ଚରମରେ ପହଞ୍ଚିଛି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖେମିନିଙ୍କ ମୃତ୍ୟୁ ପରେ ଦେଶର ନୂତନ ନେତୃତ୍ୱ ତାଙ୍କ ପୁଅ ମୋଜତବା ଖେମିନିଙ୍କ ହାତକୁ ଯାଇଛି।ଆମେରିକାକାଲିଫର୍ଣ୍ଣିଆରୁ ମିନିଟ୍ମ୍ୟାନ୍-୩ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ। ଏହି ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ହିରୋସୀମାରେ ପକାଯାଇଥିବା ବୋମା ଅପେକ୍ଷା ପ୍ରାୟ ୨୦ ଗୁଣା ଅଧିକ ଶକ୍ତିଶାଳୀ। ଏହି କ୍ଷେପଣାସ୍ତ୍ର ଆମେରିକାର ପରମାଣୁ ପ୍ରତିରୋଧକ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ । ହଜାର ହଜାର କିଲୋମିଟର ଦୂରରେ ଥିବା ଲକ୍କ୍ଷ୍ୟଭେଦ କରିପାରିବ ।ଏହାରଲମ୍ବ ୧୮ମିଟର ଥିବାବେଳେ ଓଜନ ୩୦ ଟନ୍ରୁ ଅଧିକଥିବା କୁହାଯାଉଛି । ଏହାର ବେଗ ଘଣ୍ଟାପ୍ରତି ପ୍ରାୟ ୨୪ ହଜାର କିଲୋମିଟର। ଏହାରଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୩ ହଜାର କିଲୋମିଟରବୋଲି କୁହାଯାଉଛି ।୭-ଯୁଦ୍ଧ ଭିତରୋେ ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ ଅଧିକ କ୍ଷୟକ୍ଷତି । ବାୟୁସେନା ଗ୍ଲୋବାଲ୍ ଷ୍ଟ୍ରାଇକ୍ କମାଣ୍ଡ କହିଛି, ମଙ୍ଗଳବାର ପରୀକ୍ଷଣ-ପ୍ରକ୍ଷେପଣ ନିୟମିତ । ଅନେକ ବର୍ଷ ଧରି କରାଯାଇଥିଲା ସ୍ଥିର। ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ହେଉଛି ଆମେରିକାର ପରମାଣୁ ତ୍ରିକୋଣର ଏକ ଅଂଶ । ଯେଉଁଥିରେ ସ୍ଥଳ, ସମୁଦ୍ର ଓ ଆକାଶରୁ ବିଶ୍ୱ-ଧ୍ୱଂସକାରୀ ଅସ୍ତ୍ର ନିକ୍ଷେପ କରିବାର କ୍ଷମତା ଅନ୍ତର୍ଭୁକ୍ତ । ପରମାଣୁ ଯୁଦ୍ଧାସ୍ତ୍ରକୁ ପ୍ରତିହତ କରିବା ପାଇଁ ଏହାର ସ୍ୱତନ୍ତ୍ର ଡିଜାଇନ୍ । କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ ଆମେରିକା ଉପରେ ପରମାଣୁ ଆକ୍ରମଣ ହେଲେ ଏହି ଅସ୍ତ୍ର ଅତି ସହଜରେ ଦେଇପାରିବ ଜବାବ । ରାଷ୍ଟ୍ରପତି ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷଣ ପୁନଃ ଆରମ୍ଭ କରିବାକୁ ଆହ୍ୱାନ କରିବା ପରେ ନଭେମ୍ବରରେ ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ରର କରାଯାଇଥିଲା ଉତ୍କ୍ଷେପଣ । ମିନିଟ୍ମ୍ୟାନ୍-୩, ହେଉଛି ଆମେରିକାର ସବୁଠାରୁ ପୁରୁଣା ICBM । ଯାହା ୧୯୭୦ ଦଶକରୁ ବ୍ୟବହୃତ ହେଉଛି। ଯୁକ୍ତରାଷ୍ଟ୍ର ପାଖରେ ପ୍ରାୟ ୪୦୦ ଏମିତି କ୍ଷେପଣାସ୍ତ୍ର ଅଛି । ଯାହା ଋଷ ଓ ଚୀନ୍ ଭଳି ଦେଶ ବିରୋଧରେ ପ୍ରତିରକ୍ଷାର ଅଂଶ। ଏହି କ୍ଷେପଣାସ୍ତ୍ର ମୁଖ୍ୟତଃ ମିନିଟ୍ମ୍ୟାନ୍ ଭାବରେ ଜଣାଶୁଣା, କାରଣ ଏହା ଗୋଟିଏ ମିନିଟ୍ରେ ପ୍ରସ୍ତୁତ। ୨୦୩୦ ସୁଦ୍ଧା ଆମେରିକା ଏହାକୁ ନୂତନ କ୍ଷେପଣାସ୍ତ୍ର ସହିତ ବଦଳଇବାକୁ କରୁଛି ଯୋଜନା । ତଥାପି ସେତେବେଳେ ଯାଏଁ ଜାରି ରହିବ ଏହିପରି ପରୀକ୍ଷଣ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |