ଭୁବନେଶ୍ୱର ,୯।୦୩ : ଆମଦାନୀ ହେଉଥିବା ଖାଇବା ତେଲ ବୃଦ୍ଧି । ରିଫାଇନ ଓ ପାମୋଲିନ ତେଲ ଦର ବୃଦ୍ଧି। ଲିଟର ପିଛା ୧୦ ଟଙ୍କା ବଢ଼ିଥିବା ନେଇ ସୂଚନା । ତିନିରୁ ଚାରି ଦିନ ପୂର୍ବେ ରିଫାଇନ୍ ତେଲ ଦର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୦ ଟଙ୍କା ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚିଛି । କେତେକ ସ୍ଥାନରେ ୧୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପାମଲିନ ତେଲ ମଧ୍ୟ ୫ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୪୫ ଟଙ୍କାରେ ବିକ୍ରି ହେଉଛି । ଓଡ଼ିଶାରେ ଅଧିକ ଗଚ୍ଛିତ ନାହିଁ ତେଲ। ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ ରହିଛି ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି।ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଜାହାଜ ଠିକ୍ ସମୟରେ ପହଞ୍ଚି ପାରୁନାହିଁ । ତେଣୁ ତେଲ ଦର ବୃଦ୍ଧି ପାଉଥିବା ନେଇ ଅନୁମାନ କରାଯାଉଛି । ତେବେ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି ।କିଛି ଦିନ ପୂର୍ବେ ଗ୍ୟାସ ଦର ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଖାଇବା ତେଲ ଦର ବୃଦ୍ଧି ପାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |