ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ତାଲିମ ଶିବିର

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର: ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଗ୍ରାମ ପଞ୍ଚାୟତ, ବ୍ଲକ ପଞ୍ଚାୟତ ଓ ଜିଲ୍ଲା ପଞ୍ଚାୟତ ବିକାଶ ଯୋଜନା ଉପରେ ଏକ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗ୍ରାମ ପଞ୍ଚାୟତ ସ୍ତରରେ କିପରି ବିକାଶ ଯୋଜନା ପ୍ରସ୍ତୁତ କରାଯିବ, ବିଭିନ୍ନ ବିଭାଗର ସହଭାଗିତାରେ , ସମସ୍ତ ବିଭାଗର ଅନୁଦାନକୁ ଆଖି ଆଗରେ ରଖି ଗ୍ରାମର ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ ଓ ଏଥିରେ ଗ୍ରାମର ଭିତ୍ତିଭୂମି, ସାମାଜିକ ନ୍ୟାୟ ଓ ସ୍ଥାନୀୟ ସମସ୍ୟା ଇତ୍ୟାଦି ବିଷୟରେ ଶତ ପ୍ରତିଶତ ବିକାଶ ଦିବାରେ ଯୋଜନା ପ୍ରସ୍ତୁତ କରିବା ଉପରେ ତାଲିମ ପ୍ରଦାନ କରଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି. ପ୍ରସାଦ ଓ ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଡ଼ଙ୍ଗରିଗୁଡା ସରପଞ୍ଚ ରାମକୁମାର ଗଣ୍ଡ, ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରା, ମେଦନା ସରପଞ୍ଚ ସୁମିତ୍ରା ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଲୀ ମଣ୍ଡଳ, କାମିନୀ ହରିଜନ ଓ ନରେଶ ଚନ୍ଦ୍ର ଜାଲ, ସମସାତ ଏଡିଓ, ଗ୍ରାମ ରୋଜଗାର ସେବିକା ସେବକ, ଅଙ୍ଗନୱାଡି କର୍ମୀ – ୨୫ ଜଣ, ଆଶା କର୍ମୀ – ୨୫ ଜଣ ଓ ସିଆରପି – ୧୦ ଜଣ ଉପସ୍ଥିତ ରହି ତାଲିମ ନେଇଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!